ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆରମ୍ଭ | ସୁପ୍ରିମକୋର୍ଟଙ୍କ ରାୟ ପରେ ନ୍ୟାସନାଲ ଏଲିଜବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)- ସ୍ନାତକ (ୟୁଜି)ର ରେଜଲ୍ଟ ପ୍ରକାଶ ପାଇବାର ଦୁଇମାସ ପରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ନିଟ୍ ଯୋଗ୍ୟତାଧାରୀ ଛାତ୍ରଛାତ୍ରୀ ଆଜି ମାଧ୍ୟାନ ୧୨ଟାରୁ ୧୮ ତାରିଖ ରାତି ୧୧.୫୯ ମଧ୍ୟରେ ପଞ୍ଜୀକରଣ କରିବା ସହ ଅନଲାଇନ ଯାଞ୍ଚ ପାଇଁ ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ । ଏହାପରେ ୨୪ ତାରିଖ ସନ୍ଧ୍ୟା ୫ଟାରେ ପ୍ରୋଭିଜନାଲ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ । ଯଦି ତାଲିକାଙ୍କୁ ନେଇ ଆବେଦନକାରୀଙ୍କର କୌଣସି ଅଭିଯୋଗ ଥିବ, ତେବେ ସେମାନେ ୨୫ ଓ ୨୬ ତାରିଖରେ ଏନେଇ ପ୍ରଶ୍ନ କରିପାରିବେ । ୨୭ ତାରିଖରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶିତ ହେବ । ଚଳିତ ଥର ରାଜ୍ୟର ୧୧ଟି ମେଡିକାଲ କଲେଜରେ ୧୫୧୩ଟି ଏମବିବିଏସ ଓ ବିଡିଏସ ସିଟରେ ନାମଲେଖା ହେବ । ଯେଉଁଥିରେ ୮ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜ ରହିଛି । ମୋଟ ସିଟ ମଧ୍ୟରୁ ରାଜ୍ୟ କୋଟାରେ ୧୩୩୦ ସିଟରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ ହେବ । ଚଏସ୍ ଫିଲିଂ, ଆଲଟମେଣ୍ଟ ଅଫ୍ ସିଟ୍ ଆଦି ବିଷୟରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ । ଛାତ୍ରଛାତ୍ରୀମାନେ ଏନେଇ ଅଧିକ ବିବରଣୀ ଜାଣିବା ପାଇଁ www.ojee.nic.in, www.odishajee.com କୁ ନିୟମିତ ଚେକ୍ କରିବାକୁ ଓଜେଇଇ ଅଧ୍ୟକ୍ଷ କହିଛନ୍ତି ।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….