ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନ କମିଶନଙ୍କ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡ଼ିଜି ସୁନୀଲ ବଂଶଲ । କହିଛନ୍ତି ଏଥର ପଞ୍ଚାୟତ ନିର୍ବାଚନ ଆମ ପାଇଁ ସମ୍ପୂର୍ଣ୍ଣ ଅନନ୍ୟ । ଆଇନଶୃଙ୍ଖଳା ସହିତ କୋଭିଡ୍ ପ୍ରୋଟକଲ ଅନୁପାଳନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି । କୋଭିଡ୍ ନିୟମ ସଠିକ ଭାବେ ଅନୁପାଳନ ହେଉଛି କି ତାହାର ତଦାରଖ କରିବା ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି କରାଯିବ । ପଞ୍ଚାୟତ ନିର୍ବାଚନ ସହିତ ବାହାର ୫ ରାଜ୍ୟର ନିର୍ବାଚନ ପାଇଁ ଓଡିଶା ପୋଲିସର ଯୋଗଦାନ ରହିଛି । ସବୁ ସ୍ଥିତିକୁ ଦେଖି ଏହି ପଞ୍ଚାୟତ ନିର୍ବାଚନରେ କେତେ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହେବେ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ଅଛୁ ବୋଲି ପୋଲିସ ଡିଜି କହିଛନ୍ତି ।
More Stories
ଭାରତ-ଇଂଲଣ୍ଡ ମ୍ୟାଚ୍:ଆଜି କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ…..
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ,୨୪ ଆହତ….
ଭିଜିଲାନ୍ସ ଜାଲରେ ଏଏସଆଇ……