ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନ କମିଶନଙ୍କ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡ଼ିଜି ସୁନୀଲ ବଂଶଲ । କହିଛନ୍ତି ଏଥର ପଞ୍ଚାୟତ ନିର୍ବାଚନ ଆମ ପାଇଁ ସମ୍ପୂର୍ଣ୍ଣ ଅନନ୍ୟ । ଆଇନଶୃଙ୍ଖଳା ସହିତ କୋଭିଡ୍ ପ୍ରୋଟକଲ ଅନୁପାଳନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି । କୋଭିଡ୍ ନିୟମ ସଠିକ ଭାବେ ଅନୁପାଳନ ହେଉଛି କି ତାହାର ତଦାରଖ କରିବା ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି କରାଯିବ । ପଞ୍ଚାୟତ ନିର୍ବାଚନ ସହିତ ବାହାର ୫ ରାଜ୍ୟର ନିର୍ବାଚନ ପାଇଁ ଓଡିଶା ପୋଲିସର ଯୋଗଦାନ ରହିଛି । ସବୁ ସ୍ଥିତିକୁ ଦେଖି ଏହି ପଞ୍ଚାୟତ ନିର୍ବାଚନରେ କେତେ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହେବେ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ଅଛୁ ବୋଲି ପୋଲିସ ଡିଜି କହିଛନ୍ତି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..