ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଛି | ଦିନକୁ ଦିନ କରୋନା ସଂକ୍ରମଣଭୟଙ୍କର ରୂପ ନେଉଛି । ଏହା ଭିତରେ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଉପରେ କଟକଣାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ରାଲି କଟକଣାକୁ ଆଉ ଗୋଟିଏ ସପ୍ତାହ ଘୁଞ୍ଚାଇବାକୁ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ ଜାନୁଆରୀ ୧୫ ପର୍ଯ୍ୟନ୍ତ ଯେଉଁ କଟଣାକଣା ଲାଗୁ କରାଯାଇଥିଲା ତାହା ଆଉ ଗୋଟି ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚିବ। ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ୫ଟି ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସ୍ଥିତି ଖରାପ ଥିବା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ, ଏ ଯାଏଁ ସଂକ୍ରମଣ ବନ୍ଦ ହୋଇନାହିଁ। କିନ୍ତୁ ଓମିକ୍ରନ୍ ଭ୍ୟାରିଆଣ୍ଟ ଡେଲଟା ଭଳି ଭୟଙ୍କର ନୁହଁ। ତଥାପି ଏହି ସମୟରେ କଟକଣା କୋହଳ କଲେ ବିପଦ ବଢ଼ିପାପରେ। । ତେଶୁ ନିର୍ବାଚନ ସଂକ୍ରାନ୍ତୀୟ ରାଲି ଏବଂ ଶାରୀରିକ ପ୍ରଚାର ଉପରେ କଟକଣା ଲାଗାଇବାକୁ ପ୍ରସ୍ତବା ଦିଆଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….