Report Card Odisha

| Daily Odia News

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨, ୮୨,୯୭୦ କୋଭିଡ ସଂକ୍ରମିତ ଚିହ୍ନଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୨ ହଜାର ୯୭୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛି | ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୭୯ ଲକ୍ଷ ୧ ହଜାର ୨୪୧କୁ ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ୧ ଲକ୍ଷ ୮୮ ହଜାର ୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩ କୋଟି ୫୫ ଲକ୍ଷ ୮୩ ହଜାର ୩୯କୁ ବୃଦ୍ଧି ପାଇଛି। ଏବେ ଆରୋଗ୍ୟ ହାର ୯୩.୮୮% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସୁଦ୍ଧା ସାରା ଦେଶରେ କରୋନା ଯୋଗୁ ୪ ଲକ୍ଷ ୮୭ ହଜାର ୨୦୨ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ୧୮ ଲକ୍ଷ ୩୧ ହଜାର କୋଭିଡ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜଣାପଡିଛି।

Breaking News