ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଆସିଛି ଓମିସିୟର ଟେଷ୍ଟିଂ କିଟ୍ । ଏହାଦ୍ୱାରା ସହଜରେ ହୋଇପାରିବ ଓମିକ୍ରନ୍ ଟେଷ୍ଟ । ୫ ଲକ୍ଷ କିଟ୍ ଅର୍ଡର କରିଛନ୍ତି ରାଜ୍ୟ ସରକାର । ଖବର ଅନୁଯାୟୀ, ଦେଶରେ ଓମିକ୍ରନ୍ ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପାଇଁ ଟାଟା ଓମିସିୟର କିଟ୍ ପ୍ରସ୍ତୁତ କରିଥିଲା । କିଛି ଦିନ ତଳେ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିଲା। ୫ ଲକ୍ଷ ପରୀକ୍ଷା କିଟ୍ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡକୁ ଅର୍ଡର ଦେଇଥିଲା ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ । ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଶୀଘ୍ର ଜଣା ପଡିବ । ପୂର୍ବ ଅର୍ଡର ମୁତାବିକ ଓଡିଶାରେ ପହଞ୍ଚିଲା ଓମିସିୟର ଟେଷ୍ଟିଂ କିଟ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ କିଛି କିଟ୍ ଆସିଛି । ୫ ଲକ୍ଷ କିଟ୍ ଅର୍ଡର କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
More Stories
ଆଜି କାଳବୈଶାଖୀ.…
ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ……
ସାଢେ ୧୧ ଟା ଯାଏଁ ଗୃହ ମୁଲତବୀ……