Report Card Odisha

| Daily Odia News

ବିଶ୍ୱର ଲୋକପ୍ରିୟ ନେତା ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଶ୍ୱର ଲୋକପ୍ରିୟ ନେତା ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁ ବିଶ୍ୱ ନେତାଙ୍କୁ ପଛରେ ପକାଇ ଲୋକ ପ୍ରିୟତାର ଶୀର୍ଷରେ ମୋଦୀ ରହିଛନ୍ତି । ଲୋକକ୍ରିୟ ନେତାର ତାଲିକାରେ ୭୧ ପ୍ରତିଶତ ରେଟିଂ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସବୁଠାରୁ ଉପରେ ରହିଛି । “ମର୍ଣ୍ଣି କନସଲ୍ଟ ପଲିଟିକାଲ୍ ଇଣ୍ଟେଲିଜେନ୍ସ” ରେ ପ୍ରକାଶ ପାଇଥିବା ବିଶ୍ୱର ୧୩ ନେତାଙ୍କ ତାଲିକାରେ ଆମେରିକୀ ରାଷ୍ଟ୍ରପତି ଜୋ ବାଇଡେନ୍ ଷଷ୍ଠ ସ୍ଥାନରେ ରହିଛନ୍ତି ଓ ତାଙ୍କୁ ୪୩% ରେଟିଂ ମିଳିଛି । ଅଷ୍ଟ୍ରେଲିୟାର ରାଷ୍ଟ୍ରପତି ସ୍କଟ୍ ମରିସସ୍ ଙ୍କୁ ୪୧ ପ୍ରତିଶତ ମିଳିଛି ରେଟିଂ । ତେବେ ପିଏମ୍ ମୋଦୀ ନଭେମ୍ବର ୨୦୨୧ରେ ମଧ୍ୟ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ତାଲିକାରେ ଶୀର୍ଷ ସ୍ଥାନରେ ରହିଥିଲେ । ଏହି ୱେବସାଇଟ୍ ବର୍ତ୍ତମାନ ଅଷ୍ଟ୍ରେଲିୟା, ବ୍ରାଜିଲ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ଜାପାନ୍, ମେକ୍ସିକୋ, ଦକ୍ଷିଣ କୋରିଆ, ସ୍ପେନ୍, ୟୁନାଇଟେଡ୍ କିଙ୍ଗଡମ୍ ଓ ଆମେରିକାର ନେତା ଓ ଦେଶର ଅଗ୍ରଣୀ ନେତାମନ୍ତ୍ରୀଙ୍କ ଉପରେ ନଜର ରଖିଥାଏ ।

 

 

Breaking News