Report Card Odisha

| Daily Odia News

‘ଯିଏ ଭ୍ୟାକ୍‌ସିନ୍‌ ନେଇ ନାହଁ ବିଷ ଖାଇଦିଅ’……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମସ୍ତେ ଜାଣନ୍ତି ନେତା ମାନେ କଥା କୁହାଳିଆ | କେଉଁଠି କେମିତି କଥା କୁଆଯାଏ ପ୍ରାୟତଃ ଜାଣିପାରନ୍ତି ନାହିଁ | ସେ ମାଙ୍କର ଏଭଳି ଢଙ୍ଗ କେବେ କେବେ ସେମାଙ୍କୁ ଅଡୁଆରେ ପକାଇଥାଏ | ଏଭଳି ବିବାଦୀୟ ବୟାନ ଦିଅନ୍ତି ଯେ ଜନସାଧାରଣଙ୍କୁ ଆଘାତଲାଗିଥାଏ | ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ସରଗରମ ରହିଛି | ମନ୍ତ୍ରୀ ନେତାଙ୍କର ବୈଠକ ଘନ ଘନ ବସୁଛି | ମୁଜାଫରନଗରରେ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କର ବୟାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ମୁଜାଫରନଗର ସଦର ସିଟ୍‌ରୁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ କପିଲ୍‌ ଦେବ୍‌ ଅଗ୍ରୱାଲ୍‌ ତାଙ୍କ ବୟନ୍‌ରେ କହିଛନ୍ତି ଯେ, ଯେଉଁମାନେ ଭ୍ୟାକ୍‌ସିନ୍‌ ନେଇ ନାହାନ୍ତି ସେମାନେ ବିଷ ଖାଇ ଦିଅନ୍ତୁ । ଯାହାକି ଏବେ ଭାଇରାଲ୍‌ ହେବାରେ ଲାଗଛି । ମୁଜାଫରନଗର ଆସନ ପାଇଁ ବିଜେପି କପିଲ୍‌ ଦେବ୍‌ଙ୍କୁ ପ୍ରାର୍ଥୀ କରିଛି । ଏକ କାର୍ଯ୍ୟକ୍ରମରେ ବ୍ୟବସାୟୀଙ୍କୁ ସମ୍ୱୋଧିତ କରୁଥିବା ସମୟରେ ବୟାନ୍‌ରେ କିପଲ୍‌ କହିଥିଲେ ଯେ, ଦେଶରେ ଦେଢ଼ ଶହ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକ୍‌ସିନ୍‌ ଦିଆସରିଛି । ଯେଉଁମାନେ ଏ ପ୍ରର୍ଯ୍ୟନ୍ତ ଭ୍ୟାକ୍‌ସିନ୍‌ ନେଇ ନାହାନ୍ତି ସେମାନେ ବିଷ ଖାଇ ଦିଅନ୍ତୁ ବୋଲି କହିଥିଲେ । ଖାଲି ସେତିକି ନୁହେଁ, ଅଖିଳେସ୍‌ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ତ ତେବେ ଦଙ୍ଗା ହୋଇଯାଇଥାନ୍ତା । କପିଲ୍‌ ଦେବ ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ରହିଥିବା ଜଣାପଡ଼ିଛି ।

Breaking News