Report Card Odisha

| Daily Odia News

ଗାନ୍ଧୀଧାମ -ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗାନ୍ଧୀଧାମ -ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମହାରାଷ୍ଟ୍ରର ନନ୍ଦୁରବର ଷ୍ଟେସନକୁ ପଶୁଥିବା ବେଳେ ଗାନ୍ଧୀଧାମ -ପୁରୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଆଜି ଦିନ ୧୦ଟା ୩୫ ସମୟରେ ଟ୍ରେନରେ ନିଆଁ ଲାଗିଥିଲା | ଏକ୍ସପ୍ରେସ ଟ୍ରେନର ପ୍ୟାଣ୍ଟ୍ରି କାରରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି | ନିଆଁ ଲିଭିବା ପରେ ପ୍ୟାଣ୍ଟ୍ରି କାରକୁ ଟ୍ରେନରୁ ଅଲଗା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ତେବେ ଏକାଧିକ ଏସି ବଗି ଅଗ୍ନିକାଣ୍ତ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଏସି ବଗିରେ ଧୂଆଁ ପ୍ରବେଶ କରିଯିବାରୁ ଲୋକଙ୍କୁ କାଚ ଭାଙ୍ଗି ବାହାରକୁ ଅଣା ଯାଇଛି। ଟ୍ରେନରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ମିଳିଛି ।

 

Breaking News