Report Card Odisha

| Daily Odia News

ଉତ୍ତର ପ୍ରଦେଶରେ ପୁଣି ଯୋଗୀ ସରକାର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ | କିନ୍ତୁ ଉତ୍ତର ପ୍ରଦେଶ ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର | ଏହା ଭିତରେ ରିପୋର୍ଟ ଆସିଛି କି ଉତ୍ତର ପ୍ରଦେଶରେ ପୁଣି ସରକାର ଗଢ଼ିବ ବିଜେପି । ଅତି ସହଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିବେ ବୋଲି ଜଣାପଡ଼ିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୟୁପିର କ୍ଷମତା ଯୁଗୀଙ୍କୁ ଦେବେ ଜନତା । ଖାଲି ସେତିକି ନୁହେଁ ଗଣମାଧ୍ୟମର ସର୍ଭେ ଅନୁସାରେ ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ବିଜେପି କ୍ଷମତାର ଆସିପାରେ । ହେଲେ ପଞ୍ଜାବର ରାଜନୀତିରେ ବିଜେପି ପାଇଁ ଟିକେ ଗୋଳିଆ ରହିପାରେ । ଯାହା ଫଳରେ ବିଜେପି ପଛରେ ପଡ଼ିଯିବାର ସମ୍ଭାବନା ରହିଛି । ସର୍ଭେ ଅନୁସାରେ ପଞ୍ଜାବରେ କୌଣସି ଦଳ ଉପରେ ଜନତା ସ୍ପଷ୍ଟ ଜନମତ ଦେଇନଥିବା ଜଣାପଡ଼ିଛି । ରିପୋର୍ଟର ତଥ୍ୟ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ସରକାର ଗଢ଼ିପାରେ । ଆଉଥରେ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଯୋଗୀ ଆଦିତ୍ୟନାଥ । ଜାତୀୟ ଗଣମାଧ୍ୟମର ସର୍ଭେ ଅନୁସାରେ ଯୁପିରେ ୪୦୩ ଆସନରୁ ବିଜେପିକୁ ୨୨୩ ଆସନ ମିଳିପାରେ । ସମାଜବାଦୀ ପାର୍ଟିକୁ ୧୫୨, ବହୁଜନ ସମାଜ ପାର୍ଟିକୁ ୧୩, କଂଗ୍ରେସକୁ ୧୨ ଓ ଅନ୍ୟାନ୍ୟ ଦଳକୁ ୩ଟି ଆସନ ମିଳିପାରେ । ସେହିପରି ଉତ୍ତରାଖଣ୍ଡରେ ୭୦ଟି ଆସନରେ ହେଉଛି ନିର୍ବାଚନ । ସେଥିମଧ୍ୟରୁ ବିଜେପି ୪୨ରୁ ୪୬ଟି ଆସନ କବଜା କରିପାରେ । କଂଗ୍ରେସକୁ ଉତ୍ତରାଖଣ୍ଡରେ ୧୨ରୁ ୧୪ଟି ଆସନ ମିଳିପାରେ । ସେହିପରି ଆମ ଆଦମୀ ପାର୍ଟିକୁ ୮ରୁ ୧୧ଟି ଆସନ ମିଳିପାରେ । ଅନ୍ୟ ଦଳମାନଙ୍କ ଦଲରେ ୨ରୁ ୫ଟି ଆସନ ରହିବ ବୋଲି ସର୍ଭେ କହୁଛି ।

Breaking News