Report Card Odisha

| Daily Odia News

ଆଜିଠାରୁ ରାତି ୧୦ରୁ ଭୋର ୫ନାଇଟ୍‌ କର୍ଫ୍ୟୁ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଫେବୃଆରୀ ମାସ ପାଇଁ ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି | ଆଜିଠାରୁ ସହରାଞ୍ଚଳରେ ରାତି ୧୦ଟାରୁ ଭୋର ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ | ଏନି ନେଇ ଷ୍ଚ୍ର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ୍‌ ଗାଇଡଲାଇନ୍‌କୁ ପାଳନ କରି ଛାତ୍ରଛାତ୍ରୀମାନେ ସରସ୍ବତୀ ପୂଜା କରିପାରିବେ । କିନ୍ତୁ ସର୍ବସାଧାରଣ ସ୍ଥାନରେ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇ ନାହିଁ । ମାଘ ସପ୍ତମୀ ଏବଂ ମାଘ ପୂର୍ଣ୍ଣିମାକୁ ଅନୁମତି ଦିଆଯାଇଛି | ଏହା ସହିତ ରାଜ୍ୟରେ ଦୋକାନ ବଜାର, ମଲ୍‌, ଶପିଂ କମ୍ପେକ୍ସ, ହାଟ, ସିନେମା ହଲ୍‌, ସ୍ବିମିଂ ପୁଲ୍‌, ଏଣ୍ଟରଟେନ୍‌ମେଣ୍ଟ କମ୍ପଲେକ୍ସ, ଥିଏଟର୍‌, ଅଡିଟୋରିୟମ ଭୋର ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ । ରାତ୍ରୀ କାଳୀନ କର୍ଫ୍ୟୁ ବେଳେ ଜାନୁଆରୀ ମାସରେ ଜାରି କରାଯାଇଥିବା ନିୟମାବଳୀ ଫେବୃଆରୀ ମାସରେ ମଧ୍ୟ ଲାଗୁହେବ । ଖାଦ୍ୟ ହୋମ୍‌ ଡେଲିଭରୀ, ଗ୍ରୋସରୀ, ପନିପରିବା, ମାଛ, ମାଂସ, ଅଣ୍ଡା କ୍ଷୀର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ । ସ୍ବିଗି, ଜୋମାଟୋ, ଓମ୍‌ଫେଡ୍‌, ଚିଲିକା ଫ୍ରେସ୍‌ ଖୋଲା ରହିବ । କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରାଯାଇ ଧର୍ମାନୁଷ୍ଠାନ ଖୋଲା ରହିବ । ଭିଡ ନିୟନ୍ତ୍ରଣ କରିବ ଜିଲ୍ଲା ପ୍ରଶାସନ । ଅଧିକ ଭିଡ ହେଲେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିପାରିବେ । ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ରେ କଡା କଡି ପାଳନ ହେବ କୋଭିଡ୍‌ ଗାଇଡଲାଇନ୍‌ । ଭର୍ଚୁଆଲ ମିଟିଂ ଏବଂ ଟ୍ରେନିଂ ଉପରେ ଗୁରୁତ୍ବ ଦେବାକୁ ଅପିଲ୍‌ କରିଛନ୍ତି ରାଜ୍ୟ ସରକାର ।

Breaking News