Report Card Odisha

| Daily Odia News

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନରେ ଆଜି ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ବୟସ ୨୨ ଓ ତାଙ୍କ ଘର ପଞ୍ଜାବରେ। ସେ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ। ହଠାତ୍‌ ସେ ହୃଦଘାତର ଶିକାର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚନ୍ଦନ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ଖାରକିଭରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ।

Breaking News