ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଟିଏ ପଟେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରିରହିଛି | ଅନ୍ୟପଟେ ଆଜି ପାକିସ୍ତାନରେ ମସଜିଦ ଉପରେ ଆତ୍ମଘାତୀ ଆକ୍ରମଣରେ ହୋଇଛି | ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ପାକିସ୍ତାନର ପେଶାୱର ମସଜିଦରେ ଆତ୍ମଘାତୀ ବିସ୍ଫୋରଣକୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି | ସୂଚନା ମୁତାବକ, ଶୁକ୍ରବାର ନମାଜ ପଢିବା ବେଳେ ପାକିସ୍ତାନର ପେଶାୱର ମସଜିଦରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ । ନମାଜ ପାଇଁ ମସଜିଦରେ ଅନେକ ଲୋକ ରହିଥିବାରୁ ମୃତ୍ୟସଂଖ୍ୟା ବଢିବାରେ ଲାଗିଛି । ଏହି ବିସ୍ଫୋରଣ ଫଳରେ ଏଯାବତ ମୋଟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେେଳେ ୫୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତ ବ୍ୟକ୍ତିମାନଙ୍କୁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି |
ନିକଟସ୍ଥ ଅଞ୍ଚଳକୁ ଖାଲି କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ସଂଗଠନର ହାତ ରହିଥିବା ଅନୁମାନ କରାଯାଉଛି । ପୋଲିସ କହିବା ଅନୁସାରେ ଆକ୍ରମଣରେ ଦୁଇ ଜଣଙ୍କର ସମ୍ପୃକ୍ତି ରହିଥିଲା । ମସଜିଦରେ ପ୍ରବେଶ ପାଇଁ ଅନୁମତି ନ ଦେବାରୁ ପୋଲିସ କର୍ମୀଙ୍କୁ ଗୁଳି କରି ଦେଇଛନ୍ତି ଏହି ଦୁଇ ଦୁର୍ବୃତ୍ତ । ଫଳରେ ଜଣେ ପୋଲିସ କର୍ମଚାରୀ ଏଥିରେ ପ୍ରାଣ କରାଇଛନ୍ତି । ଏହା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବୟାନ ବି ଆସିଛି । ସେ ଏହି ହାମଲାକୁ ନିନ୍ଦା କରିବା ସହ ପେଶାବର ସିଏମ ମହମୁଦ ଖାନ ବି ହାମଲାକୁ ନେଇ ନିନ୍ଦା କରିଛନ୍ତି ।
More Stories
ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ…..
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….