Report Card Odisha

| Daily Odia News

ଗୋଆରେ ସରକାର ଗଢିବ ବିଜେପି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି। ସେ ତାଙ୍କ ସାଙ୍କେଲିମ୍ ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠରୁ ମାତ୍ର ୧ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ଏଯାଏ ବିଜେପି ୧୫ଟି ଆସନରେ ଜୟଯୁକ୍ତ ହୋଇସାରିଥିବା ବେଳେ ତିନି ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି। ଏବେ ବିଜେପିର ୪ଜଣ ପ୍ରାର୍ଥୀ ଆଗୁଆ ଥିବା ହେତୁ ଗୋଆରେ ବିଜେପି ପୁଣି ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ, ଆଜି ସନ୍ଧ୍ୟାରେ ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବେ ବୋଲି ଜଣାଯାଇଛି।

Breaking News