ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ବାହାରୁଛି | ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ଜଣାପଡୁଛି । ଏହାରି ଭିତରେ ରାଜ୍ୟର ନେତୃତ୍ୱ ଉପରେ ମଧ୍ୟ ବିଚାରବିମର୍ଶ ଆରମ୍ଭ ହୋଇଛି। ଟ୍ରେଣ୍ଡରେ ଉତ୍ସାହିତ ବିଜେପି ଗୁରୁବାର ସଂଧ୍ୟାରେ ନିଜର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସଦୀୟ ବୋର୍ଡର ବୈଠକ ଡାକିପାରେ । ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଧ୍ୟାରେ ବିଜେପି ମୁଖ୍ୟାଳୟରେ ଦଳୀୟକର୍ମୀଙ୍କୁ ସମ୍ୱୋଧିତ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ସାମିଲ ହୋଇପାରନ୍ତି। ସୂତ୍ର ଅନୁସାରେ ଏହି ବୈଠକରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ଚର୍ଚ୍ଚା ହୋଇପାରେ। ରେଜଲ୍ଟ ଅନୁସାରେ ବିଜେପି ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମ୍ୟାଜିକ୍ ନମ୍ୱର ପାର କରିସାରିଛି। ସେହିପରି ମଣିପୁର ଏବଂ ଗୋଆରେ ସବୁଠାରୁ ବଡ଼ ଦଳ ରୁପେ ସାମ୍ନାକୁ ଆସିଛି। ବହୁମତର ସଂଖ୍ୟା ମଧ୍ୟ ହାସଲ କରିପାରେ। ଅନ୍ୟପଟେ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ରାଜ୍ୟ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..