Report Card Odisha

| Daily Odia News

ମୋ ସ୍ତ୍ରୀ ଜଣେ ପୁରୁଷ, ତାଙ୍କ ଯୌନାଙ୍ଗ ମଧ୍ୟ ପୁରୁଷ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗରେ ବ୍ୟକ୍ତିଜଣଙ୍କ କହିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ଆବଶ୍ୟକ । କାରଣ ତାଙ୍କ ସ୍ତ୍ରୀ ଜଣେ ପୁରୁଷ ଓ ତାଙ୍କ ଯୌନାଙ୍ଗ ମଧ୍ୟ ପୁରୁଷର ଅଟେ । ମାମଲାର ଗମ୍ଭୀରତା ବୁଝି ସୁପ୍ରିମକୋର୍ଟ ଏହାର ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବ୍ୟକ୍ତିଜଣଙ୍କ ନିଜ ସ୍ତ୍ରୀଙ୍କ ମେଡିକାଲ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ଯାହା ପରେ ସବୁ ସତ ସାମ୍ନାକୁ ଆସିଥିଲା । ତାଙ୍କ ପତ୍ନୀ ଇନଫରଫେକ୍ଟ ଟାଇମନ ରୋଗରେ ପୀଡିତ । ଯାହା ଜନ୍ମଜାତ ଅଟେ । ଯେଉଁଥିରେ ଯୌନାଙ୍ଗ ପ୍ରଭାବିତ ହୋଇଥାଏ । ବ୍ୟକ୍ତିଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଏନକେ ମୋଦୀ କହିଛନ୍ତି ଯେ, ଆଇପିସି ୪୨୦ ଅନୁସାରେ ଏହା ଅପରାଧିକ ମାମଲା । କାରଣ ପତ୍ନୀ ଜଣେ ପୁରୁଷ ଅଟନ୍ତି । ଏହା ନିଶ୍ଚିତ ଭାବେ ଠକେଇ ଅଟେ । ମେଡିକାଲ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ତାଙ୍କ ମହୋକିଲଙ୍କୁ ଏକ ପୁରୁଷ ସହ ବିବାହ କରାଇ ଧୋକା ଦିଆଯାଇଛି । ସେ ବାହା ହୋଇଥିବା ପତ୍ନୀଙ୍କ ଗୁପ୍ତାଙ୍ଗ ପୁରୁଷଙ୍କ ଭଳି ଅଟେ ।

Breaking News