ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂହ ଧୋନୀ | ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ଧୋନୀ ଅଧିନାୟକ ପଦ ଛାଡ଼ିଥିବା ସୂଚନା ମିଳିଛି । ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ସେ ଆଇପିଏଲର ୧୫ତମ ସଂସ୍କରଣରେ ଖେଳାଳି ଭାବେ ନଜର ଆସିବେ। ସୂଚନାଯୋଗ୍ୟ, ଏଥର ଆଇପିଏଲ୍ ନିଲାମୀ ପୂର୍ବରୁ ସିଏସକେ ଧୋନୀ-ଜାଡେଜାଙ୍କ ସମେତ ଚାରି ଖେଳାଳିଙ୍କୁ ରଖିଥିଲା। ଜାଡେଜାଙ୍କୁ ସର୍ବାଧିକ ୧୬ କୋଟି ଟଙ୍କାରେ ରଖାଯାଇଥିଲା। କିନ୍ତୁ ଧୋନୀଙ୍କୁ ଏହି ସିଜନରେ କେବଳ ୧୨ କୋଟି ଟଙ୍କାରେ ରଖାଯାଇଥିଲା। ସେବେଠାରୁ ଜାଡେଜାଙ୍କୁ ଅଧିନାୟକ କରାଯାଇପାରେ କରାଯିବା ନେଇ ଚର୍ଚ୍ଚା ଜୋରଧରିଥିଲା |






More Stories
୨୪ ରେ ବାରବାଟୀ ଟି-୨୦……
ହାର୍ଦ୍ଦିକଙ୍କ ନାଁରେ ମାମଲା…..
ଟିମ୍ ଇଣ୍ଡିଆକୁ ୧୩୧ କୋଟି ପୁରସ୍କାର…..