Report Card Odisha

| Daily Odia News

ଆସନ୍ତାକାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ। ଦେଶରେ ସଂକ୍ରମଣ ହାର କମିବାପରେ ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଏଥିପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । କୋଭିଡ ସଙ୍କଟ କାରଣରୁ ଗତ ଦୁଇବର୍ଷ ହେଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗିଥିଲା । ଦେଶରେ ଏବେ କୋଭିଡ୍ ସଂକ୍ରମଣ ନିମ୍ନମୁଖୀ ହୋଇଥିବାରୁ ଆସନ୍ତାକାଲି ଠାରୁ ସମସ୍ତ କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏବେ ତିନୋଟି ସିଟ୍ ଖାଲି ରଖିବା ନେଇ ପୂର୍ବରୁ ଥିବା ଗାଇଡଲାଇନକୁ ହଟାଇ ଦିଆଯାଇଛି ।

ବିମାନ କର୍ମଚାରୀ ଏବେ ପିପିଇ କିଟ୍ ପିନ୍ଧିବା ଆବଶ୍ୟକ ନାହିଁ ।

ତେବେ ଯାତ୍ରୀମାନେ ମାସ୍କ ପିନ୍ଧିବା ଜରୁରୀ ।

Breaking News