ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ୮୦ ଟି ଚୁଲିରୁ ଅଧିକ ଭାଙ୍ଗିଲେ ଦୁର୍ବୃତ୍ତ । ଏଥିରେ ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୮୦ ଚୁଲି ରହିଥିବା ସୂଚନା । କେବେଳ ଚାବି ପଡି ରହିଥିବା ଉତ୍ତରପାର୍ଶ୍ବ ଚୁଲି , ଏମାର ଚୁଲି, ଓଡିଆ ଚୁଲି ସୁରକ୍ଷିତ ରହିଛି । ବାକି ଅନ୍ୟ ସମସ୍ତ ଟୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଆଜି ଭୋରୁ ଚୁଲି ଗୁଡିକ ଭାଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ଅନୁଯାୟୀ, ଶ୍ରୀମନ୍ଦିରରେ ରୋଷ ଘରେ ପ୍ରାୟ ୭୦୦ରୁ ଅଧିକ ଚୁଲି ରହିଛି । କିନ୍ତୁ ଏବେ ତାମଧ୍ୟରୁ ୧୦୦ରୁ ଅଧିକ ଚୁଲିକୁ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ତେବେ କାହିିଁକି ଓ କଣ ପାଇଁ ଏହି ଚୁଲି ଭଙ୍ଗା ହେଲା, ସେନେଇ ତଦନ୍ତ କରି ଦୋଷୀଙ୍କୁେ ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସଂପର୍କରେ ଅନୁଧ୍ୟାନ କରୁଛନ୍ତି ।






More Stories
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ହେଲେ ରାଜେନ୍ଦ୍ର ବଲ୍ଲଭ ବେହେରା….