ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସ୍ବାର୍ଥ ପାଇଁ ଭାରତ ରୁଷ୍ଠାରୁ ଶସ୍ତାରେ ତେଲ କିଣିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହା ସ୍ପଷ୍ଟ କରିଦେଇଛନ୍ତି। ଦେଶର ଶକ୍ତି ସୁରକ୍ଷାକୁ ସର୍ବାଗ୍ରେ ରଖାଯିବ। ଯଦି ଇନ୍ଧନ ରିହାତି ମୂଲ୍ୟରେ ମିଳୁଛି ତାହେଲେ ଆମେ କାହିଁକି କିଣିବୁ ନାହିଁ ବୋଲି ସିଏନ୍ବିସି-ଟିଭି୧୮ ଇଣ୍ଡିଆ ବିଜନେସ୍ ଲିଡର୍ସ ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେଇ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ଭାରତ ରୁଷ୍ଠାରୁ ତେଲ କିଣିବା ଆରମ୍ଭ କରିଦେଇଛି। କିଛି ବ୍ୟାରେଲ ତେଲ ଆସି ଭାରତରେ ପହୟ୍ଚି ସାରିଛି ଏବଂ ଏହା ଅବ୍ୟାତହ ରହିବ ବୋଲି ରୁଷ୍ଠାରୁ ତେଲ କିଣିବା ସଂପର୍କିତ ପ୍ରଶ୍ନର ଉତ୍ତରରେ ନିର୍ମାଣ ଏହା କହିଛନ୍ତି। ୟୁକ୍ରେନ ଉପରେ ରୁଷ ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇଥିବାରୁ ଏହି ଦେଶ ବିରୋଧରେ ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର କଟକଣା ଲଗାଇଛନ୍ତି। ଭାରତ ରୁଷ୍ଠାରୁ ତେଲ ନକିଣୁ ବୋଲି ଏହି ଦେଶଗୁଡ଼ିକ ଭାରତ ଉପରେ ଚାପ ସୃଷ୍ଟି କରୁଛନ୍ତି। କିନ୍ତୁ ଗତକାଲି ଭାରତର ବିଦେଶମନ୍ତ୍ରୀ ଏସ ଜୟଶଙ୍କର ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରକୃତ ମୁଖା ଖୋଲି ଦେଇଥିଲେ। ଯୁଦ୍ଧ ଆରମ୍ଭ ହେବା ପରେ ମଧ୍ୟ ୟୁରୋପୀୟ ଦେଶଗୁଡ଼ିକ ରୁଷ୍ରୁ ଅଧିକ ତେଲ କିଣିଛନ୍ତି। ଫେବ୍ରୁଆରି ତୁଳନାରେ ସେମାନେ ୧୫ ପ୍ରତିଶତ ଅଧିକ ତେଲ କିଣିଛନ୍ତି ବୋଲି ଜୟଶଙ୍କର କହିଥିଲେ। ରିପୋର୍ଟ ଅନୁଯାୟୀ ରୁଷ ଭାରତକୁ ବ୍ୟାରେଲ ପିଛା ୩୫ ଡଲାରରେ ଉଚ୍ଚମାନର ଅଶୋଧିତ ତେଲ ବିକ୍ରି କରିବାକୁ ରାଜି ଅଛି। ପ୍ରଥମ ପର୍ଯ୍ୟାୟରେ ଭାରତ ୧୫ ନିୟୁତ ବ୍ୟାରେଲ ତେଲ କିଣୁ ବୋଲି ରୁଷ୍ ଚାହୁଛି। ରୁଷ୍ ବିଦେଶମନ୍ତ୍ରୀ ସର୍ଗେଇ ଲାଭରୋଭ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଦେଶମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ। ଭାରତ ରୁଷ୍ଠାରୁ ଯାହା ଚାହିବ ତାହା କିଣି ପାରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ଦୁଇ ଦେଶ ମଧ୍ୟରେ ଟଙ୍କା ଏବଂ ରୁବଲ୍ରେ ବାଣିଜ୍ୟିକ କାରବାରର ଅର୍ଥ ପଇଠ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……