ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମ ପାଇଁ ବୟସ ମାତ୍ର ଗୋଟେ ସଂଖ୍ୟା | ବୟସ ଦେଖେନି ପ୍ରେମ। ଦେଖେନି ଜାତି ଧର୍ମ। ମନ ସିଶିଗଲେ ସରିଲା କଥା। ଏଭଳି ଅଜବ ପ୍ରେମ ସାମ୍ନାକୁ ଆସିଛି ୮୨ ବର୍ଷର ବୁଦ୍ଧାଙ୍କ ପ୍ରେମରେ ୩୬ ବର୍ଷର ବ୍ୟକ୍ତି | ୮୨ ବର୍ଷର ଆଇରିସ୍ ଜୋନ୍ସ ଓ ୩୬ ବର୍ଷର ମହୋମ୍ମଦ ଇବ୍ରାହିମ୍ ଙ୍କ ମଧ୍ୟରେ ୪୬ ବର୍ଷ ବ୍ୟବଧାନ ଥାଇବି ହୋଇଗଲା ପ୍ରେମ। ଆଇରିସ୍ ବ୍ରିଟେନରେ ରହୁଥିବାବେଳେ ଇବ୍ରାହିମ୍ ଇଜିପ୍ଟରେ। ପ୍ରେମ ହେବାର ବର୍ଷେପରେ ୨୦୨୦ରେ କରିଥିଲେ ବିବାହ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା। ଗଣମାଧ୍ୟମର ସୂଚନା ଅନୁସରେ-ବ୍ରିଟେନ୍ରେ ରହୁଥିଲେ ୮୨ ବର୍ଷର ଆଇରିସ୍ ଜୋନ୍ସ । ୨୦୧୯ରେ ମହମ୍ମଦ ଇବ୍ରାହିଙ୍କ ସହ ଫେସବୁକରେ ଫ୍ରେଣ୍ଡ୍ ହୋଇଥିଲେ। ପରସ୍ପରର ବନ୍ଧୁ ହେବା ପରେ ଘଣ୍ଟା ଘଣ୍ଟା ଧିରି ହୁଅନ୍ତି କଥା । ଏହି ବନ୍ଧ୍ୱତ୍ୱ କେତେବେଳେ ପ୍ରେମରେ ପରିଣତ ହୋଇଗାଲା ଜାଣିପାରିଲେନି। ପରେ ଇବ୍ରାହିମ୍ ଆଇରିସଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ସେଥିରେ ହଁ ଭରିଥିଲେ ଆଇରିସ୍। ପରେ ସେ ଇବ୍ରାହିମଙ୍କୁ ଭେଟିବାକୁ ପହଞ୍ଚିଥିଲେ ଇଜିପ୍ଟ।ଗୋଟେ ବର୍ଷ ପ୍ରେମ ପରେ ଦୁହେଁ ୨୦୨୦ରେ ବିବାହ କରିଥିଲେ। ବାହାଘରର ୨ ବର୍ଷପରେ ଆଇରିସ୍ ଏକ ପୋଷ୍ଟ କରି ନିଜ ପ୍ରେମ ବିଷୟରେ ପୂରା ଦୁନିଆକୁ ଜଣାଇଛନ୍ତି। ସେଥିରେ ସେ ଲେଖିଛନ୍ତି, କିଛି ଦିନ ହେବ ସ୍ୱାମୀଙ୍କଠୁ ଦୂରରେ ଅଛନ୍ତି। ଯାହାକି ସେ ବରଦାସ୍ତ କରିପାରୁ ନାହାନ୍ତି। ଇବ୍ରାହିମ୍ ଗତ ମାସରୁ ଅଜିପ୍ଟରେ ଅଛନ୍ତି ଆଉ ତାଙ୍କ ପତ୍ନୀ ବ୍ରିଟେନରେ। ଇବ୍ରାହିମଙ୍କୁ ବିବାହ କରିବାକୁ ଆଇରିସ୍ ମୁସଲିମ୍ ଧର୍ମ ଗ୍ରହଣ କରିଛନ୍ତି। ଦୁହେଁ ପରସ୍ପରକୁ ପାଇ ଖୁବ୍ ଖୁସି। ଆଇରିସ୍ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ଇବ୍ରାହିମଙ୍କ ସହ ନିଜ ବୈବାହିକଜୀବନ ବିଷୟରେ କଥା ହୋଇଥିଲେ। ଆଉ କହିଥିଲେ ଇବ୍ରାହିମ୍ ଭିସା ଆପ୍ଲାଏ କରିଛନ୍ତି। ମିଳିବାପରେ ସେ ୟୁକେନକୁ ସିଫ୍ଟ ହୋଇଯିବେ।ସତରେ ପ୍ରେମ ଅଜବ।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..