Report Card Odisha

| Daily Odia News

ଚିଟ୍‌ଫଣ୍ଡ ସଂସ୍ଥାର ମାଲିକ ଗିରଫ…..

ରିପୋର୍ଟ କାର୍ଡ / ଗଂଜାମ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଗାଁରୁ ଠକେଇ ଅଭଯୋଗରେ ଜଣେ ଚିଟ୍‌ଫଣ୍ଡ ସଂସ୍ଥାର ମାଲିକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାଁ ବବୃବାହାନ ନାୟକ। ତାଙ୍କ ଘର ଲୁଦୁଲୁଦି ଗାଁରେ। କିଛି ବର୍ଷ ପୂର୍ବେ ସେ ଏକ ଚିଠି ଫଣ୍ଡ ସଂସ୍ଥା ଖୋଲି ଓଡ଼ିଶା ଓ ଗୁଜରାଟର ବିଭିନ୍ନ ସ୍ଥାନରୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିଲା। ତା’ପରେ ସେ ଫେରାର ହୋଇଯାଇଥିଲା। ୨୦୧୩ ମସିହାର ଏକ ୱାରେଣ୍ଟ ବଳରେ ଗାଙ୍ଗପୁର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି କାଳିଆଗୁଡ଼ା ଗ୍ରାମରେ ଜଣକ ଘରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ବବୃବାହାନ ସେଠାରେ ଥିଲା। ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 

Breaking News