ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପୂର୍ବରୁ ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି | ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପନିର୍ବାଚନ ପ୍ରଚାର ମଇଦାନକୁ ଉହ୍ଲାଇବେ। ଏହା ସହ ବିଜେଡି ତାଲିକାରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁ ମଧ୍ୟ ରହିଛି ।

ସେହିପରି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ୫ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଶ୍ୱେଶ୍ୱର ଟୁଡୁ, ଡି.ପୁରନ୍ଦେଶ୍ୱରୀ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଷ୍ଟାର ପ୍ରଚାରକ ଭାବେ ସାମିଲ କରାଯାଇଛି । ଏହା ସହ ସମ୍ବିତ ପାତ୍ର, ରମଣ ସିଂ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ରହିଛି । କଂଗ୍ରେସର ୪୦ ଜଣ ଷ୍ଟାର ପ୍ରଚାରକ ଉପନିର୍ବାଚନ ପାଇଁ ପ୍ରଚାର କରିବେ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । କଂଗ୍ରେସର ପ୍ରଚାର ତାଲିକାରେ ଛତିଶଗଡ଼ର କିଛି ମନ୍ତ୍ରୀ ସାମିଲ ଅଛନ୍ତି । ଜିତିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ନିରଞ୍ଜନ କହିଛନ୍ତି ।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..