ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୧୫ରୁ ଜେଲ୍ରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଜି ସୁପ୍ରିମ୍ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଇନ୍ଦ୍ରାଣୀ ଝିଅ ଶୀନା ବୋରା କୁ ହତ୍ୟାକରି ଜେଲରେ ଥିଲେ | ଆଜି ବିଚାରପତି ଏଲ ନାଗେଶ୍ଵର ରାଓ, ବିଆର ଗବଇ ଏବଂ ଏନ ବୋପାନ୍ନାଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଉଲ୍ଲେଖ ଯୋଗ୍ୟ- ମୁମ୍ବା ପୋଲିସ ୨୦୧୫ ଅଗଷ୍ଟ ୨୫ରେ ଝିଅ ଶିନାଙ୍କ ହତ୍ୟା ଅଭିଯୋଗରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଗିରଫ କରିଥିଲା। ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଇନ୍ଦ୍ରାଣୀ ମୁଖାର୍ଜୀ ୬ ବର୍ଷ ୫ ମାସ ଜେଲରେ ବିତାଇ ସାରିଛନ୍ତି। ଆମେ ଏହି ମାମଲାରେ ମେରିଟ୍ସ ଉପରେ କୌଣସି ଟିପ୍ପଣୀ କରିବାକୁ ଚାହୁଁନୁ। ଅଭିଯୁକ୍ତଙ୍କ ପକ୍ଷରୁ ୫୦ ପ୍ରତିଶତ ସାକ୍ଷ୍ୟକୁ ଛାଡି ଦିଆଯାଇଥିଲେ ମଧ୍ୟ ଏହି ମୋକଦ୍ଦମା ଏତେ ଶୀଘ୍ର ସରୁନାହିଁ। ତେଣୁ ତାଙ୍କୁ ଜାମିନ ପ୍ରଦାନ କରୁଛୁ। ତାଙ୍କ ସ୍ଵାମୀ ପିଟର ମୁଖାର୍ଜୀଙ୍କ ଉପରେ ଲାଗୁ ସର୍ତ୍ତ ଇନ୍ଦ୍ରାଣୀଙ୍କ ଉପରେ ମଧ୍ୟ ଲାଗୁ ହେବ। ସିବିଆଇର କହିବା କଥା ଇନ୍ଦ୍ରାଣୀ ପୂର୍ବତନ ସ୍ଵାମୀ ସଞ୍ଜୀବ ଖନ୍ନା, ବର୍ତ୍ତମାନର ସ୍ଵାମୀ ପିଟର ମୁଖାର୍ଜୀ ଏବଂ ଡ୍ରାଇଭର ଶ୍ୟାମବର ରାୟଙ୍କ ସାହାଯ୍ୟରେ ଶୀନାବୋରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ବମ୍ବେ ହାଇକୋର୍ଟ ୨୦୨୧ରେ ମୁଖାର୍ଜୀଙ୍କ ଜାମିନ ଆବେଦନ ଅଗ୍ରାହ୍ୟ କରି ଦେଇଥିଲେ। ଏହା ପରେ ଅଭିଯୁକ୍ତଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ମୁଖାର୍ଜୀଙ୍କ ତରଫରୁ କୋର୍ଟରେ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ହାଜର ହୋଇଥିଲେ। ସିବିଆଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ଉପସ୍ଥିତ ଥିଲେ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..