ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନୁଦାନ ତାଲିକାରୁ ନୂଆ ମଦ୍ରାସାଗୁଡ଼ିକୁ ବାଦ ଦେବା ନିମନ୍ତେ ଆଗତ ପ୍ରସ୍ତାବକୁ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି। ମଙ୍ଗଳବାର ଠାରୁ ନୂଆ ମଦ୍ରାସା ସବୁ କୌଣସି ଅନୁଦାନ ପାଇବେ ନାହିଁ ବୋଲି ଅଖିଳେଶ ଯାଦବ ସରକାରଙ୍କ ନୀତିର ଅବସାନ ଘଟାଇ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି। ରାଜ୍ୟରେ ପଞ୍ଜିକୃତ କରାଯାଇଥିବା ପ୍ରାୟ ୧୬୦୦୦ ମଦ୍ରାସାରୁ ସମୁଦାୟ ୫୫୮ଟିକୁ ଅନୁଦାନ ମଞ୍ଜୁର କରି ଗତ ବଜେଟ୍ରେ ଉତ୍ତର ପ୍ରଦେଶ ସରକାର ମଦ୍ରସା ଆଧୁନିକିକରଣ ଯୋଜନାରେ ୪୭୯ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। କ୍ଲାସ ଆରମ୍ଭ ପୂର୍ବରୁ ରାଜ୍ୟରେ ଥିବା ସମସ୍ତ ମଦ୍ରାସାର ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଜାତୀୟ ସଙ୍ଗୀତ ଗାନକୁ ସରକାର ବାଧ୍ୟତାମୂଳକ କରିବାର ସପ୍ତାହକ ମଧ୍ୟରେ ନୂଆ ମଦ୍ରାସାଗୁଡ଼ିକୁ ଅନୁଦାନ ବନ୍ଦ କରିବା ନିଷ୍ପତ୍ତି ଘୋଷଣା କରାଯାଇଛି। ଜାତୀୟ ସଙ୍ଗୀତ ଗାନ ଆଦେଶ ମେ ୧୨ ତାରିଖ ଦିନ ଲାଗୁ କରାଯାଇଥିଲା। ଉତ୍ତର ପ୍ରଦେଶର ସଂଖ୍ୟାଲଘୁ ମନ୍ତ୍ରୀ ଦାନିଶ୍ ଆଜାଦ୍ ଅନ୍ସାରି ଏହି ଆଦେଶ ଦେଇଥିଲେ। ମାର୍ଚ ୨୪ ତାରିଖରେ ଆୟୋଜିତ ହୋଇଥିବା ‘ୟୁ.ପି. ମଦ୍ରାସା ଏଡୁକେସନ୍ ବୋର୍ଡ’ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।






More Stories
କେନ୍ଦ୍ର ବିରୋଧରେ କେଜ୍ରିୱାଲଙ୍କ ଅନ୍ଦୋଳନ…..
ଉଦୟନିଧି ଷ୍ଟାଲିନ ଗିରଫ…..
ଜିତିଲେ ପ୍ରଶାନ୍ତ କିଶୋର…..