ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡ଼ିବ ଟ୍ରେନ୍। ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କୋଭିଡ୍ ଯୋଗୁ ୨୦୨୦ ମାର୍ଚ୍ଚ ମାସରେ କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍ ସେବା ବାତିଲ କରାଯାଥିଲା। ଏବେ ଏହି ଟ୍ରେନ୍ ସେବାକ ପୁନଃ ଆରମ୍ଭ ପାଇଁ ବିଚାର କରାଯାଉଛି। ଏ ସମ୍ପର୍କରେ ରେଲୱେ ପକ୍ଷରୁ ତଥ୍ୟ ଜାରି କରାଯାଇଛି। ଢାକା ରେକ୍ ପକ୍ଷରୁ ଢାକାରୁ କୋଲକାତା-ଢାକା ମୈତ୍ରୀ ଏକ୍ସପ୍ରେସ୍ ସେବା ଆରମ୍ଭ ହେବ। ସେହିପରି ଭାରତ ରେକ ପକ୍ଷରୁ କୋଲକାତା-ଖୁଲଣ ବନ୍ଧନ ଏକ୍ସପ୍ରେସ୍ ମେ’ ୨୯ରୁ ଆରମ୍ଭ ହେବ। ସେହିପରି ଏନଜେପି-ଢାକା ମିତାଲି ଏକ୍ସପ୍ରେସ୍ ସେବା ଜୁନ୍ ୧ରୁ ଆରମ୍ଭ ହେବ। ଏହି ଟ୍ରେନ୍ଟିକୁ ଭାରତୀୟ ରେଳମନ୍ତ୍ରୀଙ୍କ ପକ୍ଷରୁ ଶୁଭାରମ୍ଭ କରାଯିବ। ଏହି ସମୟରେ ବାଂଲାଦେଶର ରେଲୱେ ମନ୍ତ୍ରୀ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..