ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ଟ୍ରକ ଚଢି ୩ ଶ୍ରମିକଙ୍କର ମୃତ ହୋଇଛି | ଏଭଳି ଘଟଣା ଘଟିଛି ହରିୟାଣା ବହାଦୁରଗଡରେ କୁଣ୍ଡଳୀ-ମାନେସର-ପଲବଲ ଏକ୍ସପ୍ରେସୱେରେ। ଗୁରୁବାର ଆସୌଦା ଟୋଲ ଗେଟ୍ ନିକଟରେ ଏକ ଟ୍ରକ ଶୋଇଥିବା ଶ୍ରମିକଙ୍କ ଉପରେ ଚଢିଯାଇଥିଲା । ଏଥିରେ ୩ ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଆହତ ଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ବିଳମ୍ବିତ ରାତି ଯାଏଁ ଉକ୍ତ ସ୍ଥାନରେ ସଡକ କାମ କରି ଥକ୍କି ଯାଇ ଶୋଇପଡିଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ନୂଆ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର…..
ମୌସୁମି ଆସିବାକୁ ନେବ ଆଉ ଦୁଇଦିନ ଅଧିକ…..