Report Card Odisha

| Daily Odia News

ଆସନ୍ତାକାଲି ବ୍ରଜରାଜନଗର ନିର୍ବାଚନ ଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବ୍ରଜରାଜନଗରରେ ନିର୍ବାଚନରେ କିଏ ମରିବ ବାଜି | ଆସନ୍ତାକାଲି ଆସିବ ନିର୍ବାଚନ ଫଳ | ଝାରସୁଗୁଡାସ୍ଥିତ ଇଞ୍ଜିନିୟରିଂ କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ହେବ | ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେବ । ୮.୩୦ରୁ ଇଭିଏମ୍ କାଉଣ୍ଟିଂ କରାଯିବ । ୧୪ଟି ଟେବୁଲରେ ୨୦ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲରେ ୩ ଜଣ ଲେଖାଏଁ ରହିବେ । ଭୋଟ କାଉଣ୍ଟିଂରେ ୬୦ ଜଣ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି । ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୩୧ତାରିଖରେ ବ୍ରଜରାଜନଗର ଆସନ ପାଇଁ ମତଦାନ ହୋଇଥିଲା । ୨୭୮ ଟି ବୁଥରେ ମୋଟ ୧ ଲକ୍ଷ ୫୩ ହଜାର ୭୧୬ ଭୋଟର ଭୋଟ ଦେଇଥିଲେ। ବ୍ରଜରାଜନଗରରେ ୭୧. ୯ ପ୍ରତିଶତ ଭୋଟିଂ ହୋଇଥିଲା । ନିର୍ବାଚନୀ ମଇଦାନରେ ମୋଟ ୧୧ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

Breaking News