Report Card Odisha

| Daily Odia News

ବଢ଼ିଲା ରେପୋ ରେଟ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ରେପୋ ରେଟ୍‌ରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାକୁ ଘୋଷଣା କରିଛି । ଏହି ବୃଦ୍ଧି ପରେ ରେପୋ ରେଟ୍ ୪.୪୦ ପ୍ରତିଶତରୁ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଯାଇଛି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଦିନ ମନିଟରୀ ପଲିସି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଆରବିଆଇ ମେ’ ୪ରେ ହଠାତ ରେପୋ ରେଟ୍‌ରେ ୪୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା । ଏହି ପରିପ୍ରେକ୍ଷୀରେ ସିଆରଆରକୁ ମଧ୍ୟ ୦.୫୦ ପ୍ରତିଶତ ବୃଦ୍ଧି କରି ୪.୫ ପ୍ରତିଶତ କରାଯାଇଥିଲା । ଦେଖିବାକୁ ଗଲେ ପ୍ରାୟ ମାସକ ମଧ୍ୟରେ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ବୃଦ୍ଧି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ମୁଦ୍ରାସ୍ଫିତୀ ଦର ଲଗାତର ୬ ପ୍ରତିଶତ ଉପରେ ରହିଛି । ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆରବିଆଇ ତରଫରୁ ରେପୋ ରେଟ୍ ବୃଦ୍ଧିର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କ ଉପରେ ପଡିବ । ରେପୋ ରେଟ୍ ବୃଦ୍ଧି ଯୋଗୁଁ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଦିଆଯାଉଥିବା ଋଣ ମହଙ୍ଗା ହୋଇଯିବ । ସୁଧ ହାର ବୃଦ୍ଧିର ପ୍ରଭାବ ଇଏମଆଇ ଉପରେ ମଧ୍ୟ ପଡିବ । ପୂର୍ବାପେକ୍ଷା ଗ୍ରାହକଙ୍କ ପାଇଁ ଇଏମଆଇ ବଢିଯିବ ।

Breaking News