ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସ୍ଥିତ ବାଲିଅନ୍ତା ନିକଟରେ କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ପୋଲିସ ଉକ୍ତ ଯୁବତୀଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିବା ବେଳେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ | ତାଙ୍କ ହାତରେ ବିଭିନ୍ନ ସ୍ଥାନରେ କଟା ଦାଗ ରହିଛି। ତେବେ ଯୁବତୀ ଜଣଙ୍କ କେଉଁ କାରଣ ପାଇଁ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ, ତାର କାରଣ ଅସ୍ପଷ୍ଟ ରହିଛି । ମଞ୍ଚେଶ୍ୱର ଥାନା ପୋଲିସ ଉକ୍ତ ଯୁବତୀଙ୍କୁ ପଚରାଉଚରା କରିରିଥିବା ଜଣାପଡିଛି |






More Stories
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..
ସୌମ୍ୟ ହତ୍ୟା ମାମଲା:କ୍ରାଇମ୍ବ୍ରାଞ୍ଚ ସ୍କାନର୍ରେ ଆଇପିଏସ୍ ଅଧିକାରୀ ଗଙ୍ଗଓ୍ବାର…..