ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦିଲ୍ଲୀର ଜାମିଆ ନଗରସ୍ଥିତ ଇଲେକ୍ଟ୍ରିକ୍ ମୋଟୋର୍ ପାର୍କିଙ୍ଗ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟି ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇ | ଏନେଇ ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁସାରେ-ଜାମିଆ ନଗର ଅନ୍ତର୍ଗତ ମେନ୍ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଙ୍ଗ୍ସ୍ଥଳରେ ନିଆଁ ଲାଗିଛି ବୋଲି ଭୋର୍ ପ୍ରାୟ ୫.୦୨ ସମୟରେ ଫୋନ୍ ପାଇଥିଲୁ। ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ ୧୧ଟି ଦମକଳ ପଠାଯାଇଥିଲା। କିଛି, ସମୟ ପରେ ନିଆଁ ଲିଭାଇ ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ନେଇ ସୂଚନା ମିଳିପାରିନାହିଁ | ସମୁଦାୟ ୧୦ଟି କାର୍, ୧ଟି ମଟର୍ସାଇକେଲ୍, ୨ଟି ସ୍କୁଟି, ୩୦ଟି ନୂଆ ଓ ୫୦ଟି ପୁରୁଣା ଇ-ରିକ୍ସାରେ ନିଆଁ ଲାଗିଥିବା ବେଳେ ସେଗୁଡ଼କ ମଧ୍ୟରୁ ଅନେକ ଭସ୍ମୀଭୂତ ହୋଇଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି। ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଗତ କେତେ ସପ୍ତାହ ହେବ ଦିଲ୍ଲୀରେ କ୍ରମାଗତ ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ହୋଇଆସୁଛି। ସେଥିରୁ ମୁଣ୍ଡକାରେ ଘଟିଥିବା ଅଗ୍ନିକାଣ୍ଡଟି ସବୁଠୁ ଭୟାବହ ଥିଲା। ଏଥିରେ ୨୭ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ।






More Stories
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..