ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ମଦ ଶସ୍ତାରେ ବିକ୍ରି ହେଉଥିବା ବେଳେ କେତେକ ବ୍ରାଣ୍ଡର ଗୋଟିଏ ବୋତଲ ସହ ଆଉ ଗୋଟିଏ ବୋତଲ ବି ଫ୍ରି ଦିଆଯାଉଛି। ତେବେ କେବଳ ଦିଲ୍ଲୀ ନୁହେଁ ଏବେ ଆଉ ଏକ ରାଜ୍ୟ ମଧ୍ୟ ମଦ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରାଯାଇଛି | ଏଣୁ ଦିଲ୍ଲୀ ଭଳି ସେଠାରେ ମଧ୍ୟ ମଦ ଶସ୍ତା ହେବାକୁ ଯାଉଛି। ଉଲ୍ଲେଖ ଯୋଗ୍ୟ ଯେ ପଞ୍ଜାବ ସରକାର ଗୁରୁବାର ରାଜ୍ୟରେ ନୂଆ ଆବକାରୀ ନୀତି ଲାଗୁ କରିଦେଇଛନ୍ତି। ଏଣୁ ପୂର୍ବାପେକ୍ଷା ମଦ ଅଧିକ ଶସ୍ତାରେ ମିଳିବ। ଏବେ ପଞ୍ଜାବରେ ମଦ ୩୦ରୁ ୬୦ ପ୍ରତିଶତ ଶସ୍ତା ହୋଇଯିବ। ଏଥି ପାଇଁ ପଞ୍ଜାବ ସରକାର ଏକ୍ସାଇଜ ନୀତିରେ ସଂଶୋଧନକୁ ମଞ୍ଜୁର କରିଛନ୍ତି। ଏଣୁ ଏବେ ପଞ୍ଜାବରେ ହରିୟାଣା ଓ ଚଣ୍ଡିଗଡ଼ ଦରରେ ମଦ ମିଳିପାରିବ। ଏକ୍ସାଇଜ ଡ୍ୟୁଟିକୁ ୩୫୦ ପ୍ରତିଶତରୁ ହ୍ରାସ କରି ୧୫୦ ପ୍ରତିଶତ କରିଦିଆଯାଇଛି। ଫଳରେ ହରିୟାଣାର ମଦ ଦରଠାରୁ ମଧ୍ୟ ପଞ୍ଜାବରେ ୧୦ରୁ ୧୫ ପ୍ରତିଶତ ଶସ୍ତା ହେବ। କୁହାଯାଉଛି କେନ୍ଦ୍ର ଶାସିତ ଚଣ୍ଡିଗଡ଼ ପଞ୍ଜାବ ହାତରେ ରହିଛି। ଏଣୁ ଏଠାରେ ପଞ୍ଜାବ ତୁଳନାରେ ଶସ୍ତାରେ ମଦ ମିଳେ। ଶସ୍ତା ଯୋଗୁ ପଞ୍ଜାବର ଲୋକେ ଚଣ୍ଡିଗଡରୁ ମଦ କିଣିଥାନ୍ତି। ଏଣୁ ପଞ୍ଜାବ ସରକାରକୁ ରାଜସ୍ୱ ହାନୀ ସହିବାକୁ ପଡୁଥିଲା। ପଞ୍ଜାବ ସରକାର ଏବେ ଏକ୍ସାଇଜ ଡ୍ୟୁଟି ହ୍ରାସ କରି ରାଜ୍ୟରେ ଲିକର ଶସ୍ତା କରିଦେଇଛନ୍ତି। ଅବକାରୀ ନୀତି ସଂଶୋଧନ ପରେ ପଞ୍ଜାବରେ ୧୮୦ରୁ ୨୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବିୟର ଏବେ ୧୨୦ରୁ ୧୩୦ ଟଙ୍କାରେ ମିଳିପାରିବ।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..