Report Card Odisha

| Daily Odia News

ବିଧାୟକଙ୍କ ନାଁରେ ଏତଲା ଦେଲେ ପ୍ରେମିକା…..

ରିପୋର୍ଟ କାର୍ଡ / ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାଶ। ବିବାହ ପାଇଁ ପ୍ରତିଶ୍ରୁତି ଦେଇ ନ ଆସିବାରୁ ଆଜି ଜଗତସିଂହପୁର ଥାନାରେ ସୋମାଲିକା ବିଜେଡି ବିଧାୟକଙ୍କ ନାଁରେ ଏତଲା ଦେଇଛନ୍ତି। ଏତଲାରେ ସୋମାଲିକା ବିଧାୟକଙ୍କ ନାଁରେ ଠକେଇ ଓ ପ୍ରତାରଣା କରିଥିବା ଦର୍ଶାଇଛନ୍ତି। ଏହାସହ ବିଧାୟକଙ୍କ ସଂପର୍କୀୟ ତାଙ୍କୁ ଧମକଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି।ଗତକାଲି ଜଗତସିଂହପୁର ସବ୍‌-ରେଜିଷ୍ଟ୍ରୀ କାର୍ଯ୍ୟାଳୟକୁ ବିଜେଡି ବିଧାୟକ କୋର୍ଟ ମ୍ୟାରେଜ କରିବାକୁ ଆସିନଥିଲେ। ବିଜୟ ଶଙ୍କର ନ ଆସିବାରୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ସୋମାଲିକା ଓ ତାଙ୍କ ପରିବାର ସଦସ୍ୟ ଘରକୁ ଫେରିଥିଲେ। ବିଜୟ ଶଙ୍କର ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଆସିନଥିବାରୁ ସୋମାଲିକା ଜଗତସିଂହପୁର ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଜୟ ଶଙ୍କର ମୋତେ ଗତକାଲି ନ ଆସିବାକୁ ପୂର୍ବରୁ କିଛି କହିନଥିଲେ। ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ସୋମାଲିକା ନିଜ ନିଜ ଓକିଲଙ୍କ ସହିତ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ସହିତ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ସବ୍‌-ରେଜିଷ୍ଟ୍ରାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ। ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ ଅର୍ଥାତ ଗତକାଲି ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା।

Breaking News