Report Card Odisha

| Daily Odia News

ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ଗଳା କାଟିଲା ସ୍ବାମୀ…..

ରିପୋର୍ଟ କାର୍ଡ / ବଲାଙ୍ଗୀର

ପରକିୟା ପ୍ରୀତି ସନ୍ଦେହକରି ସ୍ତ୍ରୀର ଗଳା କାଟିଦେଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ବେଲପଡା ଥାନା ବାହାବଳ ଗାଁରେ। ଶ୍ବଶୁର ଘରକୁ ଯାଇ ଛୁରୀରେ ସ୍ତ୍ରୀର ତଣ୍ଟି କାଟି ସ୍ଵାମୀ ସୁଧୀର ବାଗ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଉଦ୍ଧାର କରି ପରିବାର ଲୋକ ପ୍ରଥମ ବେଲପଡା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ଜଣକ ହେଲେ ହେମ ବାଗ । ସୂଚନାଯୋଗ୍ୟ – ୧୧ ବର୍ଷ ତଳେ ଅଭିଯୁକ୍ତ ସୁଧୀର ହେମକୁ ପ୍ରେମ ବିବାହ କରିଥିଲେ । ଉଭୟ କାନୁଟ ଗାଁରେ ରହୁଥିଲେ । ଉଭୟଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି । ତେବେ ଗତ ସୋମବାର ଦିନ ହେମ ଗାଁର ଜଣେ ବ୍ୟକ୍ତିଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରୁଥିବା ବେଳେ ସୁଧୀର ଦେଖି ତାକୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ହେମ ଘରୁ ପ୍ରେମିକ ସହ ଚାଲିଯାଇଥିଲେ । କିଛି ଦିନ ସେଠାରେ ରହିବା ପରେ ହେମ ତାଙ୍କ ଭାଉଜ ଘର ବାହାବଳ ଗାଁକୁ ଆସି ରହିଥିଲେ । ତେବେ ଶୁକ୍ରବାର ରାତିରେ ଅଭିଯୁକ୍ତ ସ୍ଵାମୀ ରାତିରେ ଲୁଚିକି ଯାଇ ସ୍ତ୍ରୀର ତଣ୍ଟି କାଟି ଫେରାର ହୋଇଯାଇଥିବା ପୀଡିତା ମହିଳାଙ୍କ ଭାଉଜ ଅଭିଯୋଗ କରିଛନ୍ତି । ଏନେଇ ଭୟରେ ପୀଡିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି ।

Breaking News