ରିପୋର୍ଟ କାର୍ଡ / ବ୍ରହ୍ମପୁର
ଆଜି ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅନାଦିଙ୍କ ୫ଟି ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି । ଗଞ୍ଜାମ, ଛତ୍ରପୁର, ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର ଘରେ ଚଢ଼ାଉ ଚାଲିଥିବା ଜଣାପଡିଛି । ନିକଟରେ ଭିଜିଲାନ୍ସ ଜାଲରେ ଫସିଥିଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର । ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନ, କଟକ ପୈତୃକ ଘର ସମେତ ୬ଟି ସ୍ଥାନରେ ରେଡ୍ ହୋଇଥିଲା । ବିଡିଓ ଅଶ୍ୱିନୀ ଦାସଙ୍କ ୨୪ ପ୍ଲଟ୍ ଠାବ ହୋଇଛି । ମୋଟ ୨ କୋଟି ୩୨ ଲକ୍ଷ ଟଙ୍କାର ୨ଟି କୋଠା ମଧ୍ୟ ଠାବ ହୋଇଛି । ଏହା ସହ ବିଡିଓଙ୍କର ଗୋଟିଏ ଇଟା ଫ୍ୟାକ୍ଟ୍ରି ମଧ୍ୟ ଠାବ କରିଛି ଭିଜିଲାନ୍ସ । ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ୨ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି । ଏହା ସହ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କୋଜି ରୂପା ଜବତ ହୋଇଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….