ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ହୋଇଛି | ଏହା ଆତ୍ମହତ୍ୟା ନା ଏହା ପଛରେ କିଛି କାରଣ ରହିଛି କି ସେ ନେଇ ଚର୍ଚ୍ଚା ହେଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ମାମଲାର କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସୂଚନା ଅନୁସାରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଜୁଲନ୍ତା ମୃତଦେହ ଗତକାଲି ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଥିଲା । ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ଆତ୍ମହତ୍ୟା ବୋଲି ଜଣାଯାଇଛି । ଘଟଣାସ୍ଥଳରେ ପୋଲିସକୁ ଏକ ସୁଇସାଇଡ ନୋଟ ମିଳିଛି । ଏଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ ରହିଛି । ସେ ଭୁବନେଶ୍ୱରର ନୟାପଲ୍ଲୀରେ ନିଜ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ। ତେବେ ପୋଲିସ ଘଟଣାର ତଦନ୍ତ କାର୍ଯ୍ୟ ଜାରି ରଖିଛି ଏବଂ ମାମଲାର ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ଖୋଳତାଡ କରୁଛି ସ୍ଥାନୀୟ ପୋଲିସ ।






More Stories
ବିଜେଡି ନେତାଙ୍କ ଘରେ IT ରେଡ…..
ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ…..
ଘାଟିରେ ଓଲଟିଲା ବସ୍,ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ…..