ରିପୋର୍ଟ କାର୍ଡ / ଯାଜପୁର
୫ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଯାଜପୁର ତହସିଲର ସେକ୍ସନ ଅଫିସରଙ୍କୁ ଯାଜପୁର ଭିଜିଲାନ୍ସ ଟିମ ଗିରଫ କରିଛି | ଗତ ୨୦୦୬ ମସିହାରୁ ୨୦୧୬ ମସିହା ମଧ୍ୟରେ ୪କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ଅର୍ଥ ଅପବ୍ୟବହାର ଘଟଣାରେ ସେକ୍ସନ ଅଫିସର ଅଜୟ କୁମାର ସାହୁ ଗିରଫ ହୋଇଥିବା ସୂଚନା ମିଳିଛି । ଶ୍ରୀ ସାହୁ ବିଞ୍ଝାରପୁର ତହସିଲରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ଯାଜପୁର ତହସିଲରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେହି ଘଟଣାର ମୁଖ୍ୟ କାର୍ପଟଦାର ରଜତ ରାଉତରାୟଙ୍କୁ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଗିରଫ କରିଥିଲା । ଯାଜପୁର ତହସିଲ ୪କୋଟି ୯୫ ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..