ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହରିୟାଣାର ସୋନୀପତ ୩୩୪ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର ପଥର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଫଳରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୩ ଜଣ ଗଭୀର ଆହତ ହୋଇଛନ୍ତି। ସୂଚନାନୁଯାୟୀ, ନିର୍ମାଣାଧୀନ ଅବସ୍ଥାରେ ଥିବା ବହଲାଗଡ ଜାତୀୟ ରାଜପଥ ପଥର ରଖି ରାସ୍ତା ବନ୍ଦ କରାଯାଇଥିଲା। ନିଆଁ ଲାଗିବା କାରଣରୁ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସଭିଁଏଁ ଡାକ୍ତରୀ ପାଠ ପଢୁଥିବା ଛାତ୍ର ହୋଇଥିବା ବେଳେ ସେମାନେ ସାଙ୍ଗ ବୋଲି ଅନୁମାନ କରାଯାଉଛି। ୬ ଜଣ ସାଙ୍ଗ ରାତିରେ ରୋହତକ ରୁ ହରିଦ୍ୱାର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।






More Stories
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..