ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ବରମୁଣ୍ଡା ତପୋବନ ସ୍କୁଲ ନିକଟ ବ୍ରିଜରେ ଧକ୍କା ହେବା ପରେ ଜଳିଯାଇଛି ଏକ ଯାତ୍ରୀବାହୀ ବସ୍। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଖବର ଅନୁଯାୟୀ, ଫୁଲବାଣୀରୁ ଭୁବନେଶ୍ବର ଆସୁଥିଲା ଏହି ଯାତ୍ରୀବାହୀ ବସ୍ । ହଠାତ୍ ବ୍ରିଜ୍ରେ ଧକ୍କା ଦେବାରେ ବସ୍ରେ ନିଆଁ ଲାଗିଯାଇଥିଲା । ତେବେ ବସ୍ ନିଆଁ ଲାଗିଥିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଏପିରିକି ବସ୍ରେ ଥିବା କିଛି ଯାତ୍ରୀଙ୍କୁ ତୁରନ୍ତ କାଚ ଭାଙ୍ଗି ବାହାରକୁ ବାହାର କରାଯାଇଥିଲା । ସେପଟେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏତେବଡ଼ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ବସଟି ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି।






More Stories
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..