ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି | ବିଭିନ୍ନ ବେସରକାରୀ ମହାବିଦ୍ୟାଳୟ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି । ଆରମ୍ଭ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ୮ରେ ସରିବ। କରୋନା କଟକଣାରେ ୬୫ କେନ୍ଦ୍ରରେ ୫୮ ହଜାରରୁ ଅଧିକ ବିଦ୍ୟାର୍ଥୀ ପରୀକ୍ଷା ଦେବେ ବୋଲି ଓଜେଇଇ ଅଧ୍ୟକ୍ଷ ଏସ୍.କେ ଚାନ୍ଦ କହିଛନ୍ତି। ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ | ଦିନକୁ ତିନିଟି ଅଧିବେଶନ (ସିଫ୍ଟ)ରେ ପରୀକ୍ଷା ଚାଲିବ। ପ୍ରଥମ ଅଧିବେଶନ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା, ଦ୍ବିତୀୟ ଅଧିବେଶନ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ସାଢେ ୨ଟା ଏବଂ ତୃତୀୟ ଅଧିବେଶନ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ|






More Stories
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..