ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବଢି ଚାଲିଛି । ଏଭଳି ସ୍ଥିତିରେ ବୁଷ୍ଟର ଡୋଜକୁ ଗୁରୁତ୍ୱ ଦିଆଯାଉଛି । ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ | ଏନେଇ ପାରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,‘ ଯେ ହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି ତେବେ ସମସ୍ତ ବର୍ଗର ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ୧୨ ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ ୯୮% ଦ୍ୱିତୀୟ ଡୋଜ ୭୨% । ୧୫ ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ୯୨% ଏବଂ ଦ୍ୱିତୀୟ ଡୋଜ ୮୨% ଟିକାକରଣ କରାଯାଇଛି । ୧୮ ରୁ ଅଧିକ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ୯୦% ଟିକାକରଣ ଦିଆସରିଛି ।’ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକମାନେ ୨୮% ଟିକାକରଣ କରାଯାଇଛି । ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଷର ନାଗରିକ ମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ । ଏହା ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟିକାକରଣ ଚାଲିବ । ରାଜ୍ୟରେ ପାଖାପାଖି ୩୦୦୦ ଟି ସରକାରୀ ଟିକାକରଣ କେନ୍ଦ୍ର ରହିଛି । ସେଠି ମାଗଣାରେ ଟିକାକରଣ କରିପାରିବେ । କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଯଦି ମାଗଣାରେ ଏଭଳି ଟିକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ । ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ । ଏହି ବର୍ଗର ଲୋକ ଅଛନ୍ତି ୨ କୋଟି ୬୫ ଲକ୍ଷ୍ୟ ୮୫ ହାଜର ହିତାଧିକାରୀ ଅଛନ୍ତି । ସେଥିମଧ୍ୟରୁ ମାତ୍ର ୧ ଲକ୍ଷ୍ୟ ୫୦ ହାଜର ହିତାଧିକାରୀ ପ୍ରିକ୍ସନ୍ ଡୋଜ ନେଇଛନ୍ତି । ଅର୍ଥାତ ୯୯% ଆହୁରି ଟିକା ନେଇନାହାନ୍ତି । ଏହି ଟିକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ । ତେବେ ଆଜି କେନ୍ଦ୍ର ସହିତ ବୈଠକ ରହିଛି ଯାହା ଏହି ବୈଠକ ରେ ଆସନ୍ତାକାଲି ମାଗଣା ଟିକାକରଣ ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..