ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୋତା ଭିତରେ ଏକ ନାଗ ସାପ ପଶିଥିବା ଦେଖିବାକୁ ମିଳୁଛି। ଏହାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି। ଯଦି ବ୍ୟକ୍ତି ଜଣକ ନଦେଖି ଜୋତା ପିନ୍ଧି ଦେଇଥାଆନ୍ତେ, ତାଙ୍କ ସହ କୌଣସି ଅଘଟଣ ଘଟିଥା’ନ୍ତା। ଭାଇରାଲ୍ ଭିଡିଓରେ ସାପ ଧରାଳି ଜୋତା ଭିତରେ ରଡ଼୍ ପୁରାଇବା କ୍ଷଣି ଜୋତା ଭିତରେ ଥିବା ନାଗ ସାପ ପଣା ଉଠାଇ ତୁରନ୍ତ ବାହାରକୁ ଆସିଯାଇଥିଲା । ଏଭଳି ଘଟଣା କାହା ସହ ବି ଘଟିପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବର୍ଷାଦିନେ ଲୋକେ ଅଧିକ ସତର୍କ ରହିବା ଉଚିତ। କାରଣ ଏହି ସମୟରେ କୀଟ ପତଙ୍ଗଙ୍କ ସମେତ ସାପ ବିଛା ମଧ୍ୟ ସବୁଆଡ଼େ ବୁଲାବୁଲି କରନ୍ତି । ବର୍ଷାଦିନେ ଜୋତା ପିନ୍ଧିବା ପୂର୍ବରୁ ଭଲଭାବେ ଝାଡ଼ିବା ଉଚିତ। ଜୋତାରେ ଏକ ନାଗ ସାପ ଲୁଚି ଥିବା ଦେଖି ଘରଲୋକ ଭୟଭୀତ ହୋଇ ସାପ ଧରାଳିଙ୍କୁ ଡାକିଥିଲେ। ଏହାପରେ ତାଲିମପ୍ରାପ୍ତ ସାପ ଧରାଳି ମହିଳା ଜଣକ ଜୋତା ଭିତରେ ଲୁହା ଉପକରଣ ପୁରାଇବା କ୍ଷଣି ନାଗ ଫଁ ଫଁ ହୋଇ ଫଣା ଟେକି ଠିଆ ହୋଇଥିଲା । ଏହି ଭିଡିଓକୁ ସୁଶାନ୍ତ ନନ୍ଦ ନାମକ ଜଣେ ଆଇଏଫଏସ ଅଧିକାରୀ ତାଙ୍କ ଟ୍ୱିଟରେ ପୋଷ୍ଟ କରିଛନ୍ତି। ଏହାସହ ସେ ଲେଖିଛନ୍ତି, ‘‘ବର୍ଷାଦିନେ ସାପ ଯେକୌଣସି ସ୍ଥାନରେ ଛପି ଥାଇପାରେ, ତେଣୁ ସାବଧାନ ରୁହନ୍ତୁ। ସାପକୁ ଧରିବା ପାଇଁ ତାଲିମପ୍ରାପ୍ତ ଲୋକଙ୍କ ସାହାଯ୍ୟ ନିଅନ୍ତୁ।’’ ଏହି ଭିଡିଓକୁ ଏପର୍ୟ୍ୟନ୍ତ ଲକ୍ଷେ ୪୯ ହଜାରରୁ ଅଧିକ ଥର ଦେଖା ସରିଲାଣି। ଏହି ଭିଡିଓକୁ ପ୍ରାୟ ୫ ହଜାର ଲାଇକ୍ ଓ ୧୨ ଶହରୁ ଅଧିକ ରିଟ୍ବିଟ୍ ମିଳିଛି ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ସେହିପରି ଭିଡିଓ ଦେଖି ଅନେକ ଲୋକ ନିଜ ପ୍ରତିକ୍ରିୟା ଦେଇଛନ୍ତି।






More Stories
ଆତ୍ମବିଶ୍ୱାସ ବଢାଏ ‘ବନ୍ଦେ ମାତରମ’……
ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା……
ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର…..