ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମତରି ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ‘କମନ୍ୱେଲ୍ଥ୍ ଗେମ୍ସ୍’ରେ ଭାଗ ନେବାକୁ ବାହାରିଥିବା ଭାରତୀୟ ଖେଳାଳିମାନଙ୍କୁ ଉଦ୍ବୋଧନ ଦେଇଛନ୍ତି | କହିଛନ୍ତି କି କୋଇ ନହିଁ ହୈ ଟକ୍କର୍ ମୈ, କ୍ୟୁଁ ପଡ଼େ ହୋ ଚକ୍କର୍ ମୈ । ଭାରତର ‘ସିଡବ୍ଲୁଜି ୨୦୨୨ ସ୍କ୍ବାଡ୍’ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଚିନ୍ତାମୁକ୍ତ ହୋଇ ନିଜ ନିଜର ସମସ୍ତ ସମର୍ଥ୍ୟ ଜୁଟାଇ ଭଲ ଭାବେ ଖେଳ। ‘କୋଇ ନହିଁ ହୈ ଟକ୍କର୍ ମୈ, କ୍ୟୁଁ ପଡ଼େ ହୋ ଚକ୍କର୍ ମୈ’ କଥାଟି ତ ଆପଣମାନେ ଶୁଣିଥିବେ। ତେଣୁ, ସେ ଭଳି ମନୋଭାବ ନେଇ ‘କମନ୍ ୱେଲ୍ଥ୍ ଗେମ୍ସ୍’ରେ ଖେଳ ପ୍ରଦର୍ଶନ କର। ଇଂଲଣ୍ଡ୍ର ବର୍ମିଙ୍ଗହାମ୍ରେ ହେବାକୁ ଥିବା ଆଗାମୀ ‘କମନ୍ ୱେଲ୍ଥ୍ ଗେମ୍ସ୍’ରେ ଖେଳିବା ଲାଗି ‘ଭାରତୀୟ ଅଲିମ୍ପି୍କ୍ ଆସୋସିଏସନ୍’ ୩୩୨ଜଣ ସଦସ୍ୟବିଶିଷ୍ଟ ଦଳର ତାଲିକା କରିଛି। ଏଥିରେ ୨୧୫ଜଣ ଖେଳାଳି ଏବଂ ୧୦୭ ଅଧିକାରୀ ଓ ସହାୟକ ଅଛନ୍ତି। ବ୍ରିଟିସ୍ ନଗରୀ ବର୍ମିଙ୍ଗ୍ହାମ୍ରେ ଉକ୍ତ କ୍ରୀଡ଼ା ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷହେବ। ୨୦୧୮ରେ ଗୋଲ୍ଡ୍ କୋଷ୍ଟ୍ରେ ଅନୁଷ୍ଠିତ ହୋଇଥିବା ‘କମନ୍ ୱେଲ୍ଥ୍ ଗେମ୍ସ୍’ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ୍ ପରେ ଭାରତ ତୃତୀୟ ସ୍ଥାନରେ ସ୍ଥାନିତ ହୋଇଥିଲା। ‘ଭାରତୀୟ ଅଲିମ୍ପି୍କ୍ ଆସୋସିଏସନ୍’ର ସାଧାରଣ ସଚିବ ରାଜୀବ ମେହେଟା କହିଛନ୍ତି: ଏଥର ‘କମନ୍ ୱେଲ୍ଥ୍ ଗେମ୍ସ୍’କୁ ଆମେ ଆମର ସବୁଠୁ ଟାଣୁଆ ସ୍କ୍ବାଡ୍ରୁ ଗୋଟିଏକୁ ପଠାଉଛୁ। ଆମର ପାରଦର୍ଶୀତା ଥିବା ବନ୍ଧୁକ ଚାଳନା ପ୍ରତିଯୋଗିତା ସେଥିରେ ନ ଥିଲେ ବି ଗତ ସଂସ୍କରଣର କ୍ରୀଡ଼ା ଠାରୁ ଢେର୍ ଭଲ ଖେଳିବୁ ବୋଲି ଆମେ ସୁନିଶ୍ଚିତ। ମନେରଖ, ଏହି କ୍ରୀଡ଼ା ପ୍ରତିଯୋଗିତା ଉତ୍କୃଷ୍ଟ ଧରଣର ଏବଂ କଠିନ, କିନ୍ତୁ ଆମ ଖେଳାଳିମାନେ ଭଲରୂପେ ପ୍ରସ୍ତୁତି କରି ଖେଳିବାକୁ ଆଗଭର ହୋଇ ରହିଛନ୍ତି। ଆମେ ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛୁ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……