ରିପୋର୍ଟ କାର୍ଡ / ସୁନ୍ଦରଗଡ
ସୁନ୍ଦରଗଡ ଜିଲ୍ଲା କୁତ୍ରାର ଆୟୁର୍ବେଦ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଡାକ୍ତର ଜଣଙ୍କ ଅଟୋ ଡ୍ରାଇଭର ଆରବିନ୍ ଖାଲଖୋଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୧୭ ତାରିଖରେ ଆରବିନ୍ଙ୍କ ଅଟୋ ଦୁର୍ଘଟଣା ହେବା ପରେ ୩ ଜଣଙ୍କୁ ଚିକିତ୍ସା କରିବା ଓ ପୋଲିସକୁ ନ ଜଣାଇବା ପାଇଁ ଆୟୁର୍ବେଦ ଡାକ୍ତର ୧୨ହଜାର ଟଙ୍କା ମାଗିଥିଲେ । ପୂର୍ବରୁ ୮ହଜାର ଟଙ୍କା ନେଇ ସାରିଥିବା ବେଳେ ଶୁକ୍ରବାର ୪ଜହାର ଟଙ୍କା ଦେବାର ଥିଲା । ଅଟୋ ଡ୍ରାଇଭର ଏହି ଟଙ୍କା ଡାକ୍ତରଙ୍କୁ ଦେବା ବେଳେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..