ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳର ମାଲାପୁରାମ ଜିଲ୍ଲାରେ ମଙ୍କିପକ୍ସ ସଂକ୍ରମିତ ତୃତୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମଣରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି, ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଜୁଲାଇ ୬ରେ ୟୁଏଇରୁ ଫେରିବା ପରେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ବୋଲି କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଆଜି କହିଛନ୍ତି। ସେ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଜୁଲାଇ ୧୩ରେ ମଞ୍ଜରୀ ମେଡିକାଲ କଲେଜ ହସ୍ପିଟାଲରେ ଜ୍ୱରରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ ଏବଂ ୧୫ ତାରିଖରୁ ତାଙ୍କ ଦେହରେ ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ତାଙ୍କ ପରିବାର ଏବଂ ସଂପର୍କିୟମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଥିବା ସେ କହିଛନ୍ତି।ପୂର୍ବରୁ ଜୁଲାଇ ୧୮ରେ କେରଳର କନ୍ନୁର ଜିଲ୍ଲାରେ ଦ୍ଵିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲା। ଜଣେ ୩୧ ବର୍ଷ ବୟସ୍କା ବ୍ୟକ୍ତି ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୟୁଏଇର ଜଣେ ଯାତ୍ରୀ କେରଳକୁ ଫେରିବା ପରେ ଜୁଲାଇ ୧୪ରେ ମଙ୍କିପକ୍ସ ସଂକ୍ରମଣ ପ୍ରଥମ ରୋଗୀ ଦେଶରେ ଚିହ୍ନଟ ହୋଇଥିଲା। ତାଙ୍କୁ ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..