Report Card Odisha

| Daily Odia News

ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାର ୬୦ ଅତିଥି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରପତି ଭବନରେ ଖାଇଲେ ଆଦିବାସି ବହୁଳ ମୟୁରଭଞ୍ଜ ଜିଲ୍ଲାର ୬୦ ଲୋକ | ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଏମାନେ ଉପସ୍ଥିତ ରହି ଦେଖି ଥିଲେ | ସେମାନଙ୍କ ଜିଲ୍ଲାର ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ସ୍ଥାନରେ ବସିବା ଦେଖି ସେମାନେ ଖୁସୀ କହିଲେ ନସରେ  । ସୂଚନା ମୁତାବକ ଗତ ଦୁଇ ଦିନ ତଳେ ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ନିଜ ଶପଥ ଗ୍ରହଣ ଉତ୍ସବକୁ ନିଜ ଜିଲ୍ଲାର ୬୦ ଜଣ ଲୋକଙ୍କୁ ନିମନ୍ତ୍ରଣ ଦେଇଥିଲେ। ସେମାନେ ସମସ୍ତେ ପହଞ୍ଚି ଶପଥଗ୍ରହଣ ଉତ୍ସବ ଦେଖିଥିଲେ। ଶପଥ ଗ୍ରହଣ ଉତ୍ସବ ପରେ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ପକ୍ଷରୁ ଏହି ୬୦ ଜଣଙ୍କୁ ରାଷ୍ଟ୍ରପତିଙ୍କ ସହ ମଧ୍ୟାହ୍ନ ଭୋଜନରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଥିଲା। ଏହି ନିମନ୍ତ୍ରଣ ପାଇ ସମସ୍ତେ ଆତ୍ମହରା ହୋଇପଡ଼ିଥିଲେ। ତାଙ୍କ ମାଟିରେ ଜନ୍ମିତ ଝିଅର ଏଭଳି ଆଦର ଓ ସତ୍କାରକୁ ନେଇ ସମସ୍ତେ ଖୁସି ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ କହିଛନ୍ତି, ରାଷ୍ଟ୍ରପତି ଭବନ ସେଣ୍ଟ୍ରାଲ ହଲ୍‌ରେ ହୋଇଥିବା ଶପଥଗ୍ରହଣ ଉତ୍ସବରେ ସେ କେବେ ଯୋଗଦେବେ ଓ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇ ତାଙ୍କ ସହ ଖାଦ୍ୟ ଖାଇ ପାରିବେ ଭାବି ନ ଥିଲେ। ସ୍ୱପ୍ନ ସାକାର ହୋଇଛି। ଏହା ଖୁବ୍ ଖୁସି ଦେଇଛି। ସେ ଏବଂ ଅନ୍ୟ କିଛି ଅତିଥି ଏହି ଶପଥଗ୍ରହଣ ଉତ୍ସବରେ ପାରମ୍ପରିକ ସାନ୍ତାଳି ଶାଢ଼ି ପିନ୍ଧି ଯାଇଥିଲେ। ସେହିପରି ନୂଆ ରାଷ୍ଟ୍ରପତିଙ୍କ ଅତି ଘନିଷ୍ଠ ଗୟାମଣି ବିର୍ସା ଓ ଡାଙ୍ଗି ମୁର୍ମୁ ମଧ୍ୟ ଶପଥଗ୍ରହଣ ଉତ୍ସବ ସହ ରାଷ୍ଟ୍ରପତି ଭବନ ଖାଦ୍ୟ ଖାଇବାର ଅତିଥି ହୋଇ ଖୁବ୍ ଖୁସି ପ୍ରକାଶ କରିଛନ୍ତି।

Breaking News