Report Card Odisha

| Daily Odia News

ମନି ଲଣ୍ଡରିଂ ଗିରଫଦାରୀ ‘ମନମୁଖୀ ନୁହେଁ’:….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର କ୍ଷମତାକୁ ସୁପ୍ରିମ କୋର୍ଟ ସମର୍ଥନ କରିଛନ୍ତି। ଆଜି ସୁପ୍ରିମ୍‌ କୋର୍ଟ ନିଜ ରାୟରେ କହିଛନ୍ତି ଯେ ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଅଭିଯୁକ୍ତକୁ ଗିରଫ କରିବାର କ୍ଷମତା ସହିତ ଜଡିତ ଧାରା ୧୯ ମନମୁଖୀତାର ଦୁର୍ଗୁଣରେ ପୀଡିତ ନୁହେଁ |ପିଏମଏଲଏର କିଛି ବ୍ୟବସ୍ଥାର ବୈଧତାକୁ ବଜାୟ ରଖି ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ମନି ଲଣ୍ଡରିଂରେ ଜଡିତ ବ୍ୟକ୍ତିଙ୍କ ସମ୍ପତ୍ତି ବାଜ୍ୟାପ୍ତ ବା ସଂଲଗ୍ନ କରିବା ସମ୍ବନ୍ଧୀୟ ଆଇନର ଧାରା ୫ ସାମ୍ବିଧାନିକ ଭାବରେ ବୈଧ ଅଟେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଏନଫୋର୍ସମେଣ୍ଟ କେସ୍‌ ସୂଚନା ରିପୋର୍ଟ ଯୋଗାଣ ବାଧ୍ୟତାମୂଳକ ନୁହେଁ। ଇସିଆଇଆର ହେଉଛି ଇଡିର ପୋଲିସ ଏଫଆଇଆରର ସମକକ୍ଷ। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଏଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଗିରଫ ସମୟରେ ଇଡି ଗିରଫଦାରୀର ଆଧାର ପ୍ରକାଶ କଲେ ଏହା ଯଥେଷ୍ଟ। ପିଏମଏଲଏ ଅଧିନିୟମ ୨୦୦୨ର ଧାରା ୧୯ର ସାମ୍ବିଧାନିକ ବୈଧତା ପାଇଁ ହୋଇଥିବା ଚ୍ୟାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ୨୦୦୨ ଅଧିନିୟମର ଧାରା ୧୯ର ସାମ୍ବିଧାନିକ ବୈଧତା ଚ୍ୟାଲେଞ୍ଜକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ଧାରା ୧୯ରେ କଠୋର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି ଏହି ବ୍ୟବସ୍ଥା ମନମୁଖୀତାର ଦୁର୍ଗୁଣରେ ପୀଡିତ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

Breaking News