ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ/ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ପୁରସ୍କାରକୁ ଗୋଟିଏ ମଞ୍ଚକୁ ଆଣି ପୁରସ୍କାର ପ୍ରଦାନରେ ପାରଦର୍ଶିତା ଓ ଜନ ଭାଗୀଦାରିକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in ) ବିକଶିତ କରାଯାଇଛି। ନାଗରିକମାନେ କିମ୍ବା ସଂଗଠନଗୁଡିକ ଏହି ପୋର୍ଟାଲ ମାଧ୍ୟମରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ପାଇଁ ବ୍ୟକ୍ତି/ସଂଗଠନଙ୍କୁ ନାମାଙ୍କିତ କରିପାରିବେ। ବର୍ତ୍ତମାନ ନିମ୍ନଲିଖିତ ପୁରସ୍କାରଗୁଡିକ ପାଇଁ ନାମାଙ୍କନ/ସୁପାରିଶ ଜାରି ରହିଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୫ ହୋଇଥିବା ବେଳେ କୌଶଳାଚାର୍ଯ୍ୟ ପୁରସ୍କାର ପାଇଁ ଜୁଲାଇ ୩୦, ବରିଷ୍ଠ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ଜାତୀୟ ପୁରସ୍କାର ‘ବୟୋଶ୍ରେଷ୍ଠ ସମ୍ମାନ’ ପାଇଁ ଅଗଷ୍ଟ ୧୮, ବ୍ୟକ୍ତିଗତ ଉତ୍କର୍ଷ ପାଇଁ ଜାତୀୟ ପୁରସ୍କାର-୨୦୨୧ ଲାଗି ଅଗଷ୍ଟ ୨୨; ବ୍ୟକ୍ତିଗତ ଉତ୍କର୍ଷ ପାଇଁ ଜାତୀୟ ପୁରସ୍କାର-୨୦୨୨, ଦିବ୍ୟାଙ୍ଗ ସଶକ୍ତୀକରଣ କରୁଥିବା ସଂସ୍ଥାଗୁଡିକ ପାଇଁ ଜାତୀୟ ପୁରସ୍କାର-୨୦୨୧ ଏବଂ ଦିବ୍ୟାଙ୍ଗ ସଶକ୍ତୀକରଣ କରୁଥିବା ସଂସ୍ଥାଗୁଡିକ ପାଇଁ ଜାତୀୟ ପୁରସ୍କାର-୨୦୨୨ ଲାଗି ଅଗଷ୍ଟ ୨୮, ଜାତୀୟ ସିଏସଆର ପୁରସ୍କାର ଲାଗି ଜୁଲାଇ ୩୧, ନାରୀ ଶକ୍ତି ପୁରସ୍କାର ଲାଗି ଅକ୍ଟୋବର ୩୧, ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଗି ଅଗଷ୍ଟ ୩୧; ଇ-ଗଭର୍ଣ୍ଣାନ୍ସ ପାଇଁ ଜାତୀୟ ପୁରସ୍କାର, ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ଏବଂ ମଦ୍ୟପାନ ଓ ମାଦକ ଦ୍ରବ୍ୟ ସେବନ ରୋକିବାରେ ଉଲ୍ଲେଖନୀୟ ଭୂମିକା ପାଇଁ ଜାତୀୟ ପୁରସ୍କାର ନିମନ୍ତେ ଜୁଲାଇ ୩୧, ତଥା ଜୀବନ ରକ୍ଷକ ପଦକ ଲାଗି ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୧। ଅଧିକ ବିବରଣୀ ଓ ନାମାଙ୍କନ ଦାଖଲ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in) ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..