ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କଲେ ମୌଳବୀ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସମ୍ଭଲରେ । ପୋଲିସ ଅଭିଯୁକ୍ତ ମୌଳବୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।ସୂଚନାନୁସାରେ, ପ୍ରଥମେ ନାବାଳିକାଙ୍କ ମାଆ ପୋଲିସରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଅଭିଯୁକ୍ତ ଶିଶୁ ସହ ମଙ୍ଗଳବାର ଦୁଷ୍କର୍ମ କରିଥିଲା । ମସଜିଦ ନିକଟବର୍ତ୍ତୀ ଏକ କୋଠରୀରେ ଶିଶୁଟି ଦୁଷ୍କର୍ମର ଶିକାର ହୋଇଥିଲା । ପୋଲିସର କହିବାନୁସାରେ, ବୁଧବାର ଦୁଷ୍କର୍ମ ନେଇ ମାମଲା ରୁଜୁ ହୋଇଥିଲା । ଧାରା ଆଇପିସି ୩୭୬ ଅନୁସାରେ ତଦନ୍ତ ହେଉଛି । ଶିଶୁଟିକୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଛି । ଯାହାର ରିପୋର୍ଟ ଆସିନାହିଁ । ସମ୍ଭଲ ଥାନା ଅଧିକାରୀ କହିଛନ୍ତି ଯେ, ଅଭିଯୋଗ ପାଇଲା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଜାରି ରହିବା ସହ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..