ରିପୋର୍ଟ କାର୍ଡ / କୋଲକାତା
ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେଲେ ପାର୍ଥ ଚାଟାର୍ଜୀ | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଆଜି କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରାଳୟରୁ ହଟାଇ ଦେଇଛନ୍ତି । ଶିକ୍ଷକ ଦୁର୍ନୀତ ମାମଲାରେ ପବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ନେବାପରେ ଆଜି ପାର୍ଥ ଚାଟାର୍ଜୀ ଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରାଯାଇଛି | ତାଙ୍କ ଉପରେ ଦୁର୍ନୀତି କରିଥିବାର ଆରୋପ ଲାଗିବା ସହ ଇଡି ତାଙ୍କ ସହଯୋଗୀ ଅର୍ପିତାଙ୍କ ଗୋଟିଏ ପରେ ଗୋଟିଏ ଫ୍ଲାଟ ଉପରେ ଚଢ଼ଉ କରି ୫୦ କୋଟି ଟଙ୍କା ସହିତ ବିପୁଳ ପରିମାଣର ସୁନା ଗହଣା ଜବତ କରିଛି | ପାର୍ଥଙ୍କ ଗିରଫକୁ ନେଇ ଏବଂ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିବା ଜଣାପଡ଼ିଛି ।






More Stories
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..